Mon. Nov 25th, 2024

ପିଏନବି ଘୋଟାଲା: ମେହୁଲ ଚୋକସୀଙ୍କ ସହଯୋଗୀଙ୍କୁ ଗିରଫ କଲା ଇଡି

By amfnews Nov 6, 2018 #Featured
96 Views

ନୂଆଦିଲ୍ଲୀ, ନଭେମ୍ବର ୦୬ : ପିଏନବି ଘୋଟାଲାରେ ସଂପୃକ୍ତ ପଳାତକ ହୀରା ବାବସାୟୀ ମେହୁଲ ଚୋକସୀ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଏକ ବଡ ସଫଳତା ମିଳିଛି । ଇଡି ଚୋକସୀଙ୍କ ସହଯୋଗୀ ଦୀପକ କୁଲକର୍ଣ୍ଣିକୁ କୋଲକାତା ବିମାନବନ୍ଦରରୁ ଗିରଫ କରିଛି । ସେ ହଙ୍ଗକଙ୍ଗରୁ ଭାରତକୁ ଆସୁଥିଲେ । କୁଲକର୍ଣ୍ଣି ଚୋକସୀଙ୍କ ବିଭିନ୍ନ ଫର୍ଜି କମ୍ପାନୀର ନିର୍ଦ୍ଦେଶକ ରହିଥିଲେ । ତାଙ୍କ ବିରୋଧରେ ସିବିଆଇ ପୂର୍ବରୁ ଲୁକ ଆଉଟ ନୋଟିସ ଜାରି କରିଥିଲା ।

ଏହା ପୂର୍ବରୁ ମେହୁଲ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିଥିଲେ । ଏହାସହ ଇଡିକୁ ଅଦାଲତରେ ଉପସ୍ଥିତ ରହିପାରିବେ ନାହିଁ ବୋଲି କହିଥିଲେ । ଏପରି କି ତାଙ୍କୁ ଇଡି ପଳାତକ ଘୋଷଣା କରାଯିବା ଆବେଦନକୁ ସେ ବିରୋଧ କରିଥିଲେ । ଅଦାଲତ ଏହି ମାମଲାରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚୌକସୀ ନିଜ ପ୍ରାର୍ଥନା ପତ୍ରରେ ଲେଖିଥିଲେ କି, ସେ ୨୦୧୨ରୁ ମୁଣ୍ଡରେ ରକ୍ତ ଜମାଟ ରୋଗରେ ପୀଡିତ । ଏବଂ ଗତ ୨୦ ବର୍ଷ ଧରି ମଧୁମେହରେ ଆକ୍ରାନ୍ତ । ଏତତ ବ୍ୟତୀତ ତାଙ୍କର ଆହୁରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତେଣୁ ସେ ୪୧ ଘଂଟା ଯାତ୍ରା କରି ଅଦାଲତରେ ଉପସ୍ଥିତ ରହିପାରିବେ ନାହିଁ ।

By amfnews

Related Post