Wed. Jun 11th, 2025

ପିଏନବି ଘୋଟାଲା: ଆଣ୍ଟିଗୁଆ ସରକାର କହିଲେ ମେହୁଲ ଚୌକସିଙ୍କୁ ଭାରତ ଛାଡିବୁନି

By amfnews Jan 28, 2019 #Featured
232 Views

ନୂଆଦିଲ୍ଲୀ, ଜାନୁଆରୀ୨୮: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠୁ ହଜାର ହଜାର କୋଟି ଟଙ୍କା ନେଇ ଫେରାର ହୋଇଥିବା  ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମେହୁଲ ଚୌକସି । ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି କେନ୍ଦ୍ର ସରକାର। ମାତ୍ର ଚୋକସିଙ୍କୁ ଭାରତ ଆଣିବା କଠିନ ହେଇଯାଇଛି, କାରଣ ଆଣ୍ଟିଗୁଆ ଅଧିକାରୀ ମେହୁଲ ଚୌସକସିଙ୍କୁ ଭାରତ ପଠାଯାଉ ନାହିଁ ବୋଲି କହିଛନ୍ତି।

ଶନିବାର ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଆଣ୍ଟିଗୁଆ ଓ ସେଣ୍ଟ କିଟ୍ସରେ ନାଗରିକତା ପାଇ ରହିଥିବ ପଳାତକ ଆର୍ଥିକ ଅପରାଧୀ  ମେହୁଲ ଚୋକସି ଓ ଜତିନ ମେହତାଙ୍କୁ ଅଣାଯିବା ପାଇଁ ଏୟାର ଇଣ୍ଡିଆର ବୋଇଙ୍ଗ ବିମାନ ପଠାଯାଇଛି ।

ସୂଚନାନୁସାରେ , ଏ ଦୁହେଁଙ୍କୁ ଆଣିବା ପାଇଁ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ କାରବିୟାନ ଦ୍ୱୀପ ଯାଇଥାନ୍ତେ । ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଚିଫ୍ ଅଫ ଷ୍ଟାଫ୍ ଲିଠନେଲ ହର୍ଷ୍ଟ ହର୍ଷ୍ଟ କହିଛନ୍ତି ଚୋକସି ଏବେ ଆଣ୍ଟିଗୁଆର ନାଗରିକ ଅଟନ୍ତି ଓ ସେଠିକାର ସରକାର ତାଙ୍କୁ ଠାରୁ ନାଗରିକତା ଛଡାଇ ପାରିବେ ନାହିଁ । ହର୍ଷ୍ଟ କହିଛନ୍ତି, ତାଙ୍କୁ ଏନେଇ କୌଣସି ସୂଚନା ଦିଆଯାଇ ନଥିଲା ଯେ, ଭାରତରୁ  କୌଣସି ଅଧିକାରୀ ମେହୁଲ ଚୋକସିଙ୍କୁ ଆଣିବା ପାଇଁ ଏଠାକୁ ଆସିଛନ୍ତି ।

By amfnews

Related Post