107 Views
ନୂଆଦିଲ୍ଲୀ, ନଭେମ୍ବର ୧୪: ପଂଜାବ ନ୍ୟାଶନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ଏବେ ସୁଧା ଫେରାର ଅଛନ୍ତି । ସେ ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ବିଦେଶ ପଳାଇଛନ୍ତି । କିନ୍ତୁ ବର୍ତମାନ ସେ ବିଦେଶୀ ବ୍ୟାଙ୍କରୁ ନେଇ ଥିବା ଲୋନ୍ ସୁଝିବେ ।
ଆମେରିକାର ଏଚଏସବିସି ବ୍ୟାଙ୍କ ଏବଂ ଇସ୍ରାଏଲ ଡିସକାଉଂଟ୍ ବ୍ୟାଙ୍କରୁ ନୀରବଙ୍କ କମ୍ପାନୀ ନେଇଥିବା ଲୋନ ସୁଝିବା ପାଇଁ ରାଜି ହୋଇଯାଇଛି । ଏହି ଦୁଇ ବ୍ୟାଙ୍କକୁ ନ୍ୟୁୟର୍କ କୋର୍ଟ ବେକୟା ଅର୍ଥ ଆଦାୟ କରିବା ପାଇଁ ଅନୁମତି ଦେଇଥିଲା ।
ଗୋଟିଏ ଦିଗରେ ପିଏନବି ନୀରବଙ୍କୁ ଟଙ୍କା ଆଦାୟ କରିବାରେ ବିଫଳ ହୋଇଛି । କିନ୍ତୁ ବିଦେଶୀ ବ୍ୟାଙ୍କକୁ ସଫଳତା ମିଳିଛି । ନ୍ୟୁୟର୍କ ଆଇଡିବି ବ୍ୟାଙ୍କ ନୀରବଙ୍କ ତିନୋଟି କମ୍ପାନୀକୁ ୨୦ ଲକ୍ଷ ଡଲାର ଲୋନ ଦେଇଥିଲା । ସେହିପରି ଏଚଏସବିସି ୨୦୦୮ରେ ୧କୋଟି ୬୦ ଲକ୍ଷ ଡଲାର ଲୋନ ଦେଇଥିଲା । ଏହି ଲୋନ୍ ନୀରବଙ୍କ ମୋଟ ସମ୍ପତିଠାରୁ ବହୁତ କମ ।
ସୂଚନାଯୋଗ୍ୟ କି, ନୀରବ ମୋଦୀ ପିଏନବିର ପ୍ରାୟ ୧୩ହଜାର କୋଟି ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତ । ନୀରବଙ୍କ ସହ ତାଙ୍କ ମାମୁ ମେହୁଲ ଚୋକସୀ ମଧ୍ୟ ଏହି ଘୋଟାଲାରେ ସମ୍ପୃକ୍ତ ।