Wed. Mar 11th, 2026

ପାୱାର ଟିଲର ଋଣ ଜାଲିଆତି: ତଦନ୍ତ ଆରମ୍ଭ କଲା ଆନ୍ଧ୍ର ବ୍ୟାଙ୍କ

173 Views

କେନ୍ଦୁଝର : ଚାଷୀଙ୍କୁ ପାୱାର ଟିଲର ମିଳିନାହିଁ। କିନ୍ତୁ ଚାଷୀଙ୍କ ଋଣ ଟଙ୍କା ଡିଲରଙ୍କୁ ପୈଠ କରାଯାଇଛି। ଏ ଘଟଣାରେ ଆଜି ଆନ୍ଧ୍ର ବ୍ୟାଙ୍କର ସର୍କଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଏହି ପାୱାର ଟିଲର ଋଣ ଜାଲିଆତି ସଂପର୍କିତ ଖବର ‘ଡିଲର ଆକାଉଣ୍ଟରେ ଚାଷୀଙ୍କ ଋଣ ଟଙ୍କା ଶୀର୍ଷକରେ ଗତ ୮ ତାରିଖରେ ‘ସମ୍ବାଦର ପ୍ରକାଶ ପାଇଥିଲା। ଏହାପରେ ଆଜି ଆନ୍ଧ୍ର ବ୍ୟାଙ୍କର ସର୍କଲ କାର୍ଯ୍ୟାଳୟରୁ ସିନିୟର ମ୍ୟାନେଜର ରାଜୀବ ଲୋଚନ ଷଡ଼ଙ୍ଗୀଙ୍କ ଟିମ୍‌ କେନ୍ଦୁଝର ଆନ୍ଧ୍ର ବ୍ୟାଙ୍କ ଶାଖାକୁ ଆ‌ସି ତଦନ୍ତ କରିଛନ୍ତି। ବ୍ୟାଙ୍କର କାଗଜପତ୍ର ଯାଞ୍ଚ କରିବା ସହିତ ଋଣ ଜାଲିଆତିର ଶିକାର ହୋଇଥିବା ଚାଷୀଙ୍କ ପାଖରୁ ତଥ୍ୟ ସଂଗ୍ରହ କରିଛନ୍ତି ତଦନ୍ତକାରୀ ସିନିୟର ମ୍ୟାନେଜର ରାଜୀବ ଲୋଚନ ଷଡ଼ଙ୍ଗୀ।

ସୂଚନା ଅନୁସାରେ, ତଦନ୍ତକାରୀ ଅଧିକାରୀ ଆଜି ପୂର୍ବାହ୍ନ ୧୧ଟାରେ ପହଞ୍ଚି ଋଣ ଜାଲିଆତିର ଶିକାର ‌ହୋଇଥିବା ଚାଷୀମାନଙ୍କୁ ବ୍ୟାଙ୍କ ଶାଖାକୁ ଡକାଇଥିଲେ। ଚାଷୀମାନଙ୍କଠାରୁ ତଦନ୍ତକାରୀ ଅଧିକାରୀ ତଥ୍ୟ ସଂଗ୍ରହ କରିବା ପରେ ବ୍ୟାଙ୍କର କାଗଜପତ୍ର ଯାଞ୍ଚ୍‌ କରିଥିଲେ। ପ୍ରାୟ ଦିନ ତମାମ ଏହି ଖୋଳତାଡ଼ ଚାଲିଥିଲା। ଏ ସଂପର୍କରେ ତଦନ୍ତ ଅଧିକାରୀ ସିନିୟର ମ୍ୟାନେଜର ଶ୍ରୀ ଷଡ଼ଙ୍ଗୀକୁ ପଚାରିବାରୁ ସେ କହିଥିଲେ, ଚାଷୀମାନଙ୍କ ଅଭିଯୋଗ ସଂପର୍କରେ ଅନୁସନ୍ଧାନ ଚାଲିଛି। ବ୍ୟାଙ୍କ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି।

By amfnews

Related Post