Tue. Nov 5th, 2024

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ସମେତ ଶାଶୁଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ

By amfnews Oct 22, 2018 #Featured
111 Views

ପାରାଦୀପ, ଅକ୍ଟୋବର ୨୨: ପାରିବାରିକ କଳହର  କରୁଣ ପରିଣତି । ଯାହାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା  କୁଜଙ୍ଗ ବନାପାଟ ଗାଁରେ । ଶାଶୁଶ୍ୱଶୁରଙ୍କ ସହ ନିଜ ସ୍ତ୍ରୀ ଦେହରେ ନିଆଁ ଲଗାଇବା ପରେ ନିଜେ ଜ୍ୱାଇଁ ଜଣକ ଜଳି ଯାଇଛନ୍ତି ।

ମୃତକ ଶାଶୁ ଶ୍ୱଶୁର ନବଘନ ସାହୁ ଓ କମଳା ସାହୁ ହୋଇଥିବା ବେଳେ ସ୍ତ୍ରୀ ରୁବିନା ସାହୁ ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ ହୋଇଥିବା ଜଣାପଡିଛି । ପାରିବାରିକ କଳହରୁ ହରେକୃଷ୍ଣ ସମସ୍ତଙ୍କୁ ଜାଳି ଦେଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ହରେକୃଷ୍ଣ ଓ ରୁବିନାଙ୍କ ମଧ୍ୟରେ କିଛି ଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା ।  ଏହାପରେ ରୁବିନା ତାଙ୍କ ବାପାମାଙ୍କ ନିକଟରେ ରହୁଥିଲେ । ତେବେ କଳହକୁ ନେଇ ହରେକୃଷ୍ଣ ଉତ୍ୟକ୍ତ ହୋଇ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ରୁବିନା ଏବଂ ଶାଶୁ କମଳାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଶ୍ୱଶୁର ନବଘନ ମଧ୍ୟ ପୋଡି ହୋଇ ଯାଇଥିଲେ । ଏହି କାଣ୍ଡ ଭିଆଇଲା ପରେ ନିଜେ ହରେକୃଷ୍ଣ ନିଆଁରେ ଜଳି ଯାଇଥିଲା ।  ଘଟଣାସ୍ଥଳରେ ନବଘନ, କମଳା ଓ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିବାବେଳେ ରୁବିନାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା  ଓ ସେଠାରେ ସେ ମୃତ୍ୟୁବରଣ କରିଥିଲେ ।

By amfnews

Related Post