Mon. Jun 9th, 2025

ପାରାଦୀପଠାରୁ ୮୨୦ କି.ମି ଦୂରରେ ରହିଛି ବାତ୍ୟା ଅମ୍ଫାନ୍, ୧୩ କି.ମି ବେଗରେ ଗତି କରୁଥିବା ସୂଚନା

By amfnews May 18, 2020 #Featured
185 Views

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଏବେ ଘଣ୍ଟା ପ୍ରତି ୧୩ କି.ମି ବେଗରେ ଗତି କରୁଥିବା ଜଣାଯାଇଛି। ସଦ୍ୟତମ ସୂଚନା ଅନୁଯାୟୀ, ଏବେ ଅମ୍ଫାନ୍ ପାରାଦୀପଠାରୁ ୮୨୦ କି.ମି ଦୂରରେ ରହିଛି ।ଏହାର  ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଜଗତସିଂହପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଆଦି ୫ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ,  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଗତକାଲି ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଥିଲା। ରାତି ଏଗାରଟା ୧୫ ବେଳକୁ ଭାରତୀୟ ପାଣିପାଗ ବିଭାଗ ଯେଉଁ ବୁଲେଟିନ୍ ଜାରି କରିଥିଲେ। ସେ ଅନୁସାରେ ବାତ୍ୟା ପାରାଦୀପ ଠାରୁ ୯୦୦ କିଲୋମିଟର ଦକ୍ଷିଣରେ ରହିଛି ଓ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢିବା ସହିତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।

ଏମିତି ଯେ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ରୂପ ଧାରଣ କରିବ। ସେତେବେଳକୁ ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ଥିବ ଓ ମଝିରେ ମଝିରେ ୧୮୫ କିଲୋମିଟର ବେଗରେ ଝଟ୍‌କା ଦେଉଥିବ। ପାଖାପାଖି ୩୬ ଘଣ୍ଟା ଧରି ବାତ୍ୟା ଏଭଳି ରୂପରେ ସମୁଦ୍ରକୁ ଗୁରାଣ୍ଡିବା ବେଳେ ଉପକୂଳ ଓଡ଼ିଶାରେ ଏକ ବଡ଼ ପ୍ରଭାବ ରଖି ଫେରିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି।

By amfnews

Related Post