178 Views
ପାରାଦୀପ, ଡିସେମ୍ବର ୨୦ : ପାରାଦୀପ କୋଷ୍ଟଗାର୍ଡ କ୍ୟାମ୍ପସ ଭିତରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣକ ଉତ୍ତରପ୍ରଦେଶର ମୁଜାଫରପୁରନଗର ମହମ୍ମଦ ସାହବାଜ ବୋଲି ଜଣାପଡ଼ିଛି । ଯୁବକ ଜଣକ ନିଜକୁ ଜ୍ୟାକେଟ୍ ବେପାରୀ ବୋଲି ପରିଚୟ ଦେଉଥିବାବେଳେ ତା ନିକଟରୁ ୨୦ ଟି ପେନଡ୍ରାଇଭ ଜବତ କରାଯାଇଛି । ଯାହାକୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଏ ନେଇ ପୋଲିସ ପଚରାଉଚରା ଜାରି ରଖିଛି ।
ଗତକାଲି ସଂଧ୍ୟାରେ ମହମ୍ମଦ ସାହାବାଜ କୋଷ୍ଟଗାର୍ଡ କ୍ୟାମ୍ପସ୍ ଭିତରକୁ ପଶିଥିଲା । ସଂପୃକ୍ତ ଯୁବକଙ୍କୁ ସୁରକ୍ଷାକର୍ମୀ ଅଟକ ରଖିଥିଲେ । ସେ ଜଣେ ଜ୍ୟାକେଟ୍ ବ୍ୟବସାୟୀ ବୋଲି କହୁଛି । ତା ନିକଟରୁ କିଛି ଜ୍ୟାକେଟ୍ ମିଳିଥିବାବେଳେ ୨୦ ଟି ପେନଡ୍ରାଇଭ ମିଳିଛି । ତେଣୁ ଏହା ପଛରେ ଆତଙ୍କବାଦୀ କାର୍ଯ୍ୟାକଳାପ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ପାରାଦୀପ ଥାନା ପୋଲିସ ସାହାବାଜକୁ ଅଟକ ରଖିଛି ।
ପାରାଦ୍ୱୀପ କୋଷ୍ଟଗାର୍ଡ କ୍ୟାମ୍ପସ୍ ହେଉଛି ରାଜ୍ୟ କୋଷ୍ଟ ଗାର୍ଡର ମୁଖ୍ୟ କାର୍ଯ୍ୟାଳୟ । ତେଣୁ ଏଠାରେ କଡ଼ା ସୁରକ୍ଷା ବଳୟ ରହିଛି । ଏଭଳି ସୁରକ୍ଷା ସତ୍ୱେ ଜଣେ ଅଜଣା ବ୍ୟକ୍ତି କିଭଳି ଭାବେ ପ୍ରବେଶ କଲେ ସୁରକ୍ଷାବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପଚରାଉଚରା ଜାରି ରଖିଛି ।