Tue. Mar 4th, 2025

ପାନୀୟରେ ନିଶା ଦେଇ ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ କଲେ ମୁମ୍ବାଇ ପୁଲିସ

By amfnews Nov 18, 2018 #Featured
138 Views

ମୁମ୍ବାଇ ୧୮/୧୧ : ଜଣେ ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ନଓ୍ଵି ମୁମ୍ବାଇ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ର ଜଣେ ସବ୍‌-ଇନ୍‌ସ୍‌ପେକ୍ଟରଙ୍କୁ ଶନିବାର ଦିନ ବୁକ୍‌ କରାଯାଇଥିବା କଥା ଜଣେ ଅଧିକାରୀ କହିଛନ୍ତି।ଶନିବାର ଦିନ ସିବିଡି ଥାନାରେ ହାଜର ହୋଇଥିବା ଅଭିଯୋଗକାରିଣୀ କହିଛନ୍ତି ଯେ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ଗତ ବର୍ଷ ମାର୍ଚ ମାସରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଅମିତ ଶେଲାର୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

୩୧ ବର୍ଷୀୟ ସେ ଅଭିଯୋଗକାରିଣୀ ପୁଲିସକୁ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ଦୁଷ୍କର୍ମ ଦୃଶ୍ୟକୁ ରେକର୍ଡ କରିଛନ୍ତି ଏବଂ ତାହାକୁ ପ୍ରସାରଣ କରିଦେବେ ବୋଲି ଧମକ ଦେଉଛନ୍ତି।ଅଭିଯୁକ୍ତ ତାଙ୍କ ସହ ସିବିଡି, ପାନ୍‌ବେଲ୍‌, କାମୋଥି ଏବଂ ଖରଘର ଆଦି ସ୍ଥାନରେ କେତେ ଥର ଦୁଷ୍କର୍ମ କରିବା ସହ ମାଡ଼ ଦେଇଛନ୍ତି।ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଶେଲାର୍‌ଙ୍କ ନାଁ’ରେ ମାମଲା ରୁଜୁ କରିଛି। କିନ୍ତୁ, ଅଭିଯୁକ୍ତଙ୍କୁ ଏ ଯାଏଁ ଗିରଫ କରାଯାଇ ନାହିଁ।ଗୋଟିଏ ଥାନାରେ ନିଯୁକ୍ତି ପାଇବା ଥିବା ଅଭିଯୁକ୍ତ ଓ ପୀଡ଼ିତା ପରସ୍ପରଙ୍କୁ ୨୦୧୦ ମସିହାରୁ ଜାଣନ୍ତି।

By amfnews

Related Post