Sun. Nov 24th, 2024

ପାନୀୟ ଜଳ ସମସ୍ୟା ନେଇ ବିଧାୟକଙ୍କ ସହ ଆଲୋଚନା

By amfnews Sep 6, 2018 #Featured
173 Views

ରାଉରକେଲା, ୬ା୯ : ସାରନଗରୀ ସ୍ଥିତ ଲୋକନାଥ ମାର୍କେଟରେ ଥିବା ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଧାୟକଙ୍କ ଶ୍ରମ ଦପ୍ତର ପ୍ରତିନିଧି ରମେଶ ସାହୁଙ୍କ ନେତୃତ୍ୱରେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଲୋକନାଥ ମାର୍କେଟ ଅଞ୍ଚଳ ବାସିନ୍ଦାମାନେ ବିଧାୟକ ଦିଲୀପ ରାୟଙ୍କ ସାକ୍ଷାତ କରି ଏହାର ସମାଧାନ ପାଇଁ ଆଲୋଚନା କରିଛନ୍ତି ।

ଶ୍ରୀ ସାହୁଙ୍କ ଲୋକନାଥ ମାର୍କେଟରେ ଥିବା କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିବା ବିଧାୟକଙ୍କୁ ସ୍ଥାନୀୟ ମହିଳା ଓ ପୁରୁଷମାନେ ସ୍ୱାଗତ ଜଣାଇବା ସହ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ତେବେ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ ।

ବରିଷ୍ଠ ନେତା ହରିହର ରାଉତରାୟଙ୍କ ସମେତ ରମେଶ ବଳ, ଶିବଶଙ୍କର ବିଶ୍ୱାଳ, ଜିତେନ ଗିରି, ରାମ ଚନ୍ଦ୍ର ପାଣ୍ଡେ, ଯତୀଶ ଚନ୍ଦ୍ର ବାରିକ, ସଞ୍ଜୁଲତା ସାହୁ, ତିଳୋତ୍ତମା ଦଳାଇ, ଶାନ୍ତିଲତା ମହାନ୍ତି, ସୁକାନ୍ତୀ ଦଳେଇ, ନଳିନୀ ପାଟ୍ଟଶାଣୀ ଓ ଉମାମଣି ପ୍ରଧାନଙ୍କ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

By amfnews

Related Post