Wed. Nov 27th, 2024

ପାଣିପାଗ: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି

By amfnews Oct 22, 2020 #Featured
160 Views

ଭୁବନେଶ୍ୱର, ଅକ୍ଟୋବର ୨୨ :  ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ବର୍ଷା ଲାଗି ରହିପାରେ । ରାଜ୍ୟର ୧୬ଟି ଜିଲ୍ଲାକୁ ଆଂଚଳିକ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଦେଇଛି । ଭଦ୍ରକ, ବାଲେଶ୍ୱର, ଗଂଜାମ, ଗଜପତି, ମାଲକାନଗିରି, କେରାପୁଟ, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ନୟାଗଡ଼, କନ୍ଧମାଳ, ଅନୁଗୁଳ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । 

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦୋକ ଏଚଆର ବିଶ୍ୱାସ କହିଛନ୍ତି, ୧୨ଟି ଜିଲ୍ଲାକୁ ବର୍ଷା ୱାର୍ଣ୍ଣି ଦିଆଯାଇଛି । ଏଥିରୁ ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନ୍ୟ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଗୁଡ଼ିକ ହେଲା ମୟୂରଭଂଜ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଗଜପତି ଜିଲ୍ଲା । 

ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଗତକାଲି ଅପରାହ୍ନ ସମୟରୁ ଆରମ୍ଭ ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ପ୍ରବଳ ହୋଇପାରେ । ତେଣୁ ତଳିଆ ଅଂଚଳରେ ବସବାସ କରୁଥିଲେ ସତର୍କ ରୁହନ୍ତୁ ବୋଲି ସୂଚନା ଦିଆଯାଇଛି । ସେହିପରି ପବନର ବେଗ ଘଣ୍ଟା ପିଛା ୫୦କିମିରୁ ଅଧିକ ରହିବ ବୋଲି ଆଶା କରାଯାଉଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । 

By amfnews

Related Post