Wed. Nov 6th, 2024

ପାଣିପାଗ: ଦଶପଲ୍ଲାରେ ବଜ୍ରାଘାତ ନେଲା ୨ ଜୀବନ, ୧୭ ଜିଲ୍ଲାକୁ ବର୍ଷା-ବଜ୍ରପାତ ସୂଚନା

By amfnews Oct 14, 2020 #Featured
169 Views

ଭୁବନେଶ୍ୱର, ଅକ୍ଟୋବର ୧୪ : ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହୋଇଛି । ଆଜି ସକାଳୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଙ୍ଗାରେ ବଜ୍ରପାତ ହୋଇ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିମାନେ ହେଲେ ଉଦୟନାଥ ପ୍ରଧାନ ଓ ଆଶାଲତା ସାହୁ । 

ସୂଚନା ଅନୁସାରେ ଆଜି ସକାଳୁ ବର୍ଷା ଓ ଘଡ଼ଘଡ଼ି ହେଉଥିବା ସମୟରେ ଏହାକୁ ଖାତିର ନକରି ଉଦୟ ନିଜ ଜମିକୁ ଯାଉଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ସେହିପରି ଆଶାଲତା ନଦୀକୁ ଯାଉଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ବଜ୍ରପାତର ଶିକାର ହେବା ପରେ ଉଭୟଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । 

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଜି ପୂର୍ବାହ୍ନ ୧୧ଟା ଯାଏଁ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ରାଜ୍ୟର ୧୭ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଧମାଳ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୂରଭଂଜ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇପାରେ । ବର୍ଷା ସମୟରେ ବଜ୍ରପାତ ଆଶଙ୍କା ଥିବାରୁ ପାଣିପାଗ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛି । 

By amfnews

Related Post