Sun. Mar 8th, 2026

ପାଣି ପାଇଁ ସଂଘର୍ଷ, ଜଣେ ମହିଳା ମୃତ

158 Views

ହାଇଦ୍ରାବାଦ୍‌ : ଆନ୍ଧ୍ର ପ୍ରଦେଶରେ ଏବେ ପିଇବା ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଛି। ଶ୍ରୀକାକୁଲ୍ଲମ ଠାରେ ଏକ ସରକାରୀ ଟ୍ୟାପ୍‌ରୁ ପାଣି ନେବା ବେଳେ ଘଟିଥିବା ସଂଘର୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ୩୮ ବର୍ଷୀୟ ତାଟିପୁଡି ପଦ୍ମା ଓ ସେ ପାଲ୍ଲିଭେଧିଠାରେ ବୋଲି ପୁଲିସ କହିଛି। ସରକାରୀ ଟ୍ୟାପ୍‌ରୁ ପାଣି ନେବା ପାଇଁ ପଦ୍ମା ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ।

ତେବେ ଏହି ସମୟରେ ପୋଡୁଗୁ ଗୁନ୍ନାମ୍ମା ନାମକ ଜଣେ ମହିଳା ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଗୁନ୍ନାମ୍ମା ଓ ପଦ୍ମାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ପାଟିତୁଣ୍ଡ ମଧ୍ୟରେ ସୁନ୍ଦରମ୍ମା ନାମକ ଆଉ ଜଣେ ମହିଳା ପ୍ରବେଶ କରିଥିଲେ। କିଛି ସମୟରେ ଏହି ପାଟିତୁଣ୍ଡ ମାରପିଟ୍‌ ଆଡ଼କୁ ଗତି କରିଥିଲା। ୩ ଜଣ ଯାକ ମହିଳା ପରସ୍ପରକୁ ଆକ୍ରମଣ କରିଥିଲେ।

ସ୍ଥିତି ଏମିତି ହୋଇଥିଲା ଯେ ସୁନ୍ଦରମ୍ମା ନିଜର ଷ୍ଟିଲ ହଣ୍ଡାରେ ପଦ୍ମାଙ୍କୁ ଆକ୍ରମଣ କରିଥିଲେ। ଏଥିସହ ସିମେଣ୍ଟ ରାସ୍ତାରେ ତାଙ୍କୁ ଧକ୍କା ମାରି ପକାଇ ଦେଇଥିଲେ। ତାଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ସୁନ୍ଦରମ୍ମାଙ୍କୁ ଗିରଫ କରିଛି।

By amfnews

Related Post