Sun. Mar 8th, 2026

ପାଣି କାଢ଼ୁଥିବା ବେଳେ କୂଅରେ ଗଳି ପଡ଼ି ୨ ମୃତ

181 Views

ଢେଙ୍କାନାଳ : କୂଅରୁ ପାଣି କାଢ଼ୁଥିବା ବେଳେ ଜଣେ ମହିଳା କୂଅ ଭିତରେ ଗଳି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ଜଣେ ଦୂର ସମ୍ପର୍କୀୟ ମଧ୍ୟ କୂଅରେ ପଡ଼ିଯାଇଥିଲେ। ଆଜି ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ ଘଟିଛି।

ଗୁଆଗରିଆ ଗାଁର ନଳିନୀ ନାୟକ କୂଅରୁ ପାଣି କାଢ଼ୁଥିଲେ। ଅସାବଧାନତା ଯୋଗୁ ସେ କୂଅ ଭିତରେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଜଣେ ସମ୍ପର୍କୀୟ ଆକାଶ ନାୟକ ମଧ୍ୟ କୂଅରେ ଗଳି ପଡ଼ିଥିଲେ। ପରେ ଗାଁ ଲୋକ ଉଭୟଙ୍କୁ କୂଅରୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତଘୋଷଣା କରିଥିଲେ।

By amfnews

Related Post