Sat. Mar 7th, 2026

ପାଟକୁରା ଭୋଟ୍: ସକାଳ ୯ଟା ସୁଦ୍ଧା ୧୨% ମତଦାନ

174 Views

ଭୁବନେଶ୍ୱର : ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

ପାଟକୁରା ବିଧାନସଭାରେ ଆଜି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଓ କଂଗ୍ରେସର ଜୟନ୍ତ ମହାନ୍ତି।

ଏହି ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୩୧ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୫ଟି ବୁଥରେ ଭିଡି୍ଓଗ୍ରାଫି ବ୍ୟବସ୍ଥା କରାଯାଇଥିବା ବେଳେ ମୋଟ ୪ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।

By amfnews

Related Post