Mon. Nov 25th, 2024

ପାଟକୁରା ଫଳାଫଳ: ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

By amfnews Jul 24, 2019 #Featured
134 Views

କେନ୍ଦ୍ରାପଡ଼ା  :   ପାଟକୁରା ବିଧାନସଭା ଆସନ ଲାଗି ଆଗେଇ ଚାଲିଛି ଭୋଟ୍ ଗଣତି । ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୫୨୫ ଭୋଟରେ  ଆଗୁଆ ଅଛି।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୭୪, ୭୪୫ ଭୋଟ ପଡ଼ିଥିବା ବେଳେ , ବିଜେପିର ବିଜୟ ମହାପାତ୍ରଙ୍କ ଖାତାକୁ ଯାଇଛି ୫୮, ୨୨୦ ଭୋଟ। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୭୯୧ ଖଣ୍ଡ ଭୋଟ ମିଳିଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ରହିଥିଲେ।  ଏହି ରାଉଣ୍ଡ ସୁଦ୍ଧା ସେ ବିଜେପି ପ୍ରାଥୀ ବିଜୟ ମହାପାତ୍ରଙ୍କଠାରୁ ୧୬,୧୪୪ ଭୋଟ୍‌ରେ ଆଗୁଆ ରହିଥିଲେ।

୧୨ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୬୯,୬୯୬ ଭୋଟ ପାଇଥିଲେ। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ ମହାପାତ୍ର ୫୩, ୫୫୨ ଭୋଟ ପାଇ ତାଙ୍କଠୁ ପଛରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ୧୬୯୩ ଭୋଟ ପାଇଥିଲେ। ୧୦ମ ରାଉଣ୍ଡ ସୁଦ୍ଧା  ବିଜେଡି  ୧୪, ୯୫୮ ଭୋଟରେ ଆଗୁଆ ଥିଲା।

ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ ଭୋଟ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ବିଜୟ ମହାପାତ୍ର ୪୩, ୯୬୧ ଖଣ୍ଡ ଭୋଟ ପାଇ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ଅଷ୍ଠମ ରାଉଣ୍ଡ ଗଣନା ଶେଷ   ଶେଷ ସୁଦ୍ଧା ୧୩, ୬୮୧ ଭୋଟ୍‌ରେ ବିଜେଡି ଆଗୁଆ ରହିଥିଲା।

ଏହି ରାଉଣ୍ଡରେ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୪୭, ୯୮୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୪, ୩୦୩ ଖଣ୍ଡ ଭୋଟ ପାଇଥିଲେ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଅଷ୍ଠମ ରାଉଣ୍ଡ ଶେଷ ସୁଦ୍ଧା ୧୨୮୮ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି।

ପ୍ରଥମ ରାଉଣ୍ଡରେ ବିଜେଡି ୨୯୨୭ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୩,୪୨୬, ତୃତୀୟ ରାଉଣ୍ଡରେ ୬୩୩୭, ଚତୁର୍ଥ ରାଉଣ୍ଡରେ ୭୪୩୧, ପଞ୍ଚମ ରାଉଣ୍ଡରେ ୮୬୭୩ଭୋଟ୍‌ ରେ ଆଗୁଆ ଥିବା ବେଳେ ଷଷ୍ଠ ରାଉଣ୍ଡରେ ୧୦, ୫୩୨ଭୋଟ୍‌ରେ ଆଗରେ ରହିଛି।

 

୧୩ ରାଉଣ୍ଡ ସୁଦ୍ଧା ୧୬, ୫୨୫ ଭୋଟ୍ରେ ବିଜେଡି ଅାଗୁଅା
ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୭୪, ୭୪୫ ଖଣ୍ଡ ଭୋଟ
ବିଜେପିର ବିଜୟ ମହାପାତ୍ରଙ୍କୁ ୫୮, ୨୨୦ ଖଣ୍ଡ ଭୋଟ
କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୭୯୧ ଖଣ୍ଡ ଭୋଟ

By amfnews

Related Post