Sat. Mar 7th, 2026

ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍; ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ

236 Views

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ୍ କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି।

ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଅମ୍ଫାନ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ଭୋର୍ ୫: ୩୦ ସୁଦ୍ଧା ସାମାନ୍ୟ ତୀବ୍ର ହୋଇ ଏହା ପାରାଦ୍ବୀପର ଦକ୍ଷିଣ ଦିଗକୁ ୯୯୦ କିଲୋମିଟର ଦୂର ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣପଶ୍ଚମକୁ ୧୧୪୦ କିଲୋମିଟର୍ ଦୂର ଏବଂ ବାଂଲାଦେଶର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୨୬୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ର ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପ୍ରାୟ ଉତ୍ତର ଦିଗକୁ ଗତିଶୀଳ ହେବ। ଏହାପରେ ଏହା ମୋଡ଼ ବଦଳାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବା ପରେ ୨୦ ତାରିଖ ଅପରାହ୍ଣ କିଂବା ସନ୍ଧ୍ୟା ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥିତ ସାଗର ଦ୍ବୀପପୁଞ୍ଜ (ପଶ୍ଚିମବଙ୍ଗ) ଏବଂ ହଟିୟା ଦ୍ବୀପପୁଞ୍ଜ (ବାଂଲାଦେଶ) ମଧ୍ୟ ଦେଇ ସ୍ଥଳଭାଗକୁ ପ୍ରବାହିତ ହେବ।

By amfnews

Related Post