ନୂଆଦିଲ୍ଲୀ: ଗତକାଲି ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦରଙ୍କୁ ନେଇ ଯାଉଥିବା ଏକ ପାକାସ୍ତାନୀ ହେଲିକାପ୍ଟର ଭାରତର ଆକାଶ ସୀମା ଉଲଂଘନ କରିବାରୁ ଏହାକୁ ଭାରତୀୟ ସେନା ଘଉଡ଼ାଇ ଦେଇଥିଲେ। ତେବେ ଆଜି ପାକିସ୍ତାନର ବିଭିିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ପାକିସ୍ତାନୀ ହେଲିକ୍ୟାପ୍ଟରଟି ଭାରତର ଆକାଶ ସୀମା ଭିତରକୁ ଯାଇ ନ ଥିଲା। ଏହା ଲାଇନ୍ ଅଫ କଂଟ୍ରୋଲର ଅତି ନିକଟତର ହେବାରୁ ଭାରତୀୟ ସେନା ଗୁଳି କରି ଏହକୁ ଘଉଡ଼ାଇ ଦେଇଥିଲା।ପାକିସ୍ତାନର ଡନ୍ ନ୍ୟୁଜ୍ ସୂତ୍ରରୁ ପ୍ରକଶ କରିଛି ଯେ, ପାକ୍ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ହାଇଦର ଓ ଅନ୍ୟ ଦୁଇ ଜଣ ମନ୍ତ୍ରୀ ଏହି ହେଲିକ୍ୟାପ୍ଟରରେ ଥିଲେ। ସେମାନେ ଆବାସପୁର ଗାଁ ନିକଟରେ ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସେନା ସେମାନଙ୍କ ହେଲିକ୍ୟାପ୍ଟର ଆଡକୁ ଗୁଳିମାଡ଼ କରି ସେଠାରୁ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ।
ପାକ୍ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ହାଇଦର ଡନ୍ ନ୍ୟୁଜ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସେ ପାକିସ୍ତାନ ସୀମା ଭିତରେ ଥିଲେ। ତେବେ ଏଲଓସିର ଅତି ନିକଟରେ ଥିବା ତାଙ୍କ ହେଲିକ୍ୟାପ୍ଟର ଉପରକୁ ହଠାତ ଭାରତୟ ସେନା ଗୁଳିମାଡ଼ କରିଥିଲା।
ତେବେ ହାଇଦର କହିଛନ୍ତି ଯେ ସେ ବେସାମରିକ ହେଲିକ୍ୟାପ୍ଟର ବ୍ୟବହାର କରିଥିଲେ ମଧ୍ୟ ଏହା ଉପରକୁ ଭାରତୀୟ ସେନା ଗୁଳି ମାଡ଼ କରିବାକୁ ପଛାଇ ନ ଥିଲେ।
ସୂଚନାଯୋଗ୍ୟ ଯେ ଗତକାଲି ଭାରତ ସୀମା ର ୨୫୦ ମିଟର ସୀମା ଭିତରକୁ ପାକିସ୍ତାନୀ ହେଲିକ୍ୟାପ୍ଟର ପଶି ଆସିଥିବା ବେଳେ ଏହାକୁ ବିରୋଧ କରି ଭାରତୀୟ ସେନା ହେଲିକ୍ୟାପ୍ଟରଟିକୁ ଘଉଡ଼ାଇ ଦେଇଥିଲେ। ଏ ନେଇ ଭାରତ ପାକିସ୍ତାନ ନିକଟରେ ଅଭିଯୋଗ କରିବ ବୋଲି ଜଣାଯାଇଛି।
264 Views