Sat. Mar 7th, 2026

ପାକିସ୍ତାନୀ ଡ୍ରୋନ୍‌ ପୋଡ଼ିଥିବା ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

185 Views

ଚଣ୍ଡିଗଡ଼  : ନିକଟରେ ପାକିସ୍ତାନୀ ଡ୍ରୋନ୍‌ ପଞ୍ଜାବରେ ଅସ୍ତ୍ରଶସ୍ତ୍ର ଏବଂ ନିଶା ଔଷଧ ଫିଙ୍ଗିଥିବା ଘଟଣାରେ ସମ୍ପୃକ୍ତି ଥିବା କାରଣରୁ ଅନ୍ୟ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଆତଙ୍କବାଦୀ ସାଜନ ପ୍ରୀତ୍‌ଙ୍କୁ ପଞ୍ଜାବ ପୁଲିସର ଷ୍ଟେଟ୍‌ ସ୍ପେସାଲ୍‌ ଅପରେସନ୍‌ ସେଲ୍‌ ଗିରଫ କରିଛି। ଅମୃତସରର ଖାଲ୍‌ସା କଲେଜ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଗୋଟାଏ ଡ୍ରୋନ୍‌ ନଷ୍ଟ କରିଥିବା ଓ ଡ୍ରୋନ୍‌ରୁ ଫିଙ୍ଗା ଯାଇଥିବା ଦୁଇଟି ପିସ୍ତଲ ବିକ୍ରୟ କରିଥିବା କଥା ନିକଟରେ ଜଣାପଡ଼ିଥିଲା।

ଗତ ସପ୍ତାହରେ ପଞ୍ଜାବ ସରକାର କହିଥିଲେ ସୀମା ଆରପାରିରୁ ଆସି ଅସ୍ତ୍ରଶସ୍ତ୍ର ଫିଙ୍ଗୁଥିବା ଦୁଇଟି ଡ୍ରୋନ୍‌କୁ ସେମାନେ ଜବତ କରିଛନ୍ତି।
ଜଣେ ସରକାରୀ ମୁଖପାତ୍ର କହିଛନ୍ତି: ଗୋଟିଏ ଡ୍ରୋନ୍‌ ଗତ ମାସରେ ମିଳିଥିଲା ଏବଂ ଅନ୍ୟ ଗୋଟାଏ ପଞ୍ଜାବର ତରଣ ତରଣର ଝବାଲ୍‌ ସହରରୁ ପୋଡ଼ା ଅବସ୍ଥାରେ ଜବତ୍‌ କରାଯାଇଥିଲା।

କିନ୍ତୁ ପୂର୍ବରୁ ଅମୃତସରରୁ ଉଦ୍ଧାର କରାଯାଇଥିବା ଜିନିଷଟି ଡ୍ରୋନ୍‌ ବୋଲି ପୁଲିସ ଦାବି କରିଥିଲା କିନ୍ତୁ, ପରେ ତାହା ସବ୍‌ମର୍ସିବ୍ଲ୍‌ ମଟର୍‌ର ଅଂଶ ବିଶେଷ ବୋଲି ଜଣାପଡ଼ିଥିଲା। ଭାରତ-ପାକିସ୍ତାନ ସୀମା ସେପାରିରୁ ବଡ଼ ବଡ଼ ଡ୍ରୋନ୍‌ ଚଳାଚଳ କରିବା ଘଟଣାରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନିଜର ଉଦ୍‌ବେଗ ଅବଗତ କରାଇଛନ୍ତି।

By amfnews

Related Post