Tue. Mar 10th, 2026

ପାକିସ୍ତାନରୁ ନାଳରେ ଭାସି ଆସି ଭାରତରେ ପହଞ୍ଚିଲା ଶିଶୁର ମୃତଦେହ

134 Views

ନୂଆଦିଲ୍ଲୀ  : ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି ଅକଚୁରା ଗାଁ। ଏହା ପାକିସ୍ତାନ ପଟରେ ରହିଛି। ଏହି ଗାଁର ନାଳରେ ଏକ ଛୋଟ ଛୁଆ ଭାସି ଯାଇଥିଲା। ଛୁଆଟିର ମୃତଦେହଟି ନାଳରେ ଭାସି ଭାରତ ପଟକୁ ଚାଲି ଆସିଥିଲା। ସୀମାରେ ମୁତୟନ ଭାରତୀୟ ଯବାନମାନେ ମୃତଦେହଟିକୁ ଉଦ୍ଧାର କରିଥିଲେ। ଏହା ପରେ ସେମାନେ ମୃତଦେହଟିକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରିଥିଲେ।

ମୃତ ଶିଶୁଟିର ନାଁ ଅବିଦ୍ ଶେଖ୍‌। ସେ ଘର ବାହାରେ ଖେଳୁ ଥିବା ବେଳେ ହଠାତ୍ ନାଳରେ ପଡ଼ି ଯାଇଥିଲା।

ଭାରତୀୟ ଯବାନମାନେ ମୃତଦେହଟିକୁ ଉଦ୍ଧାର କରିବା ପରେ ତା’ର ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ପରେ ଦୁଧଗଇ ନାମକ ସ୍ଥାନରେ ତାକୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରାଯାଇଥିଲା।

By amfnews

Related Post