Sun. Mar 8th, 2026

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସୈନାର କଡ଼ା ଜବାବ, ପ୍ରାଣ ହରାଇଲେ ଦୁଇ ପାକ୍ ସୈନିକ

274 Views

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରିଥିବା ଜଣାଯାଇଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିବାର ବି ସୂଚନା ମିଳିଛି। ଏଥିରେ ପାକିସ୍ତାନର ୨ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ଵଂସ ହୋଇଥିବା ଜଣାଯାଇଛି।

ANI

@ANI

Army sources: Ceasefire violation by Pakistan in Tangdhar and Kanzalwan sector in Jammu and Kashmir. Indian Army is retaliating.

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପାକ୍ ସେନା ଟଙ୍ଗଧାର ଓ କଂଜଲୱାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ବର୍ଷା କରିଥିଲା। ଏହାପରେ ଭାରତର ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ଵଂସ ହୋଇଯାଇଛି।
ସୂଚନାଯୋଗ୍ୟ,ଏହା ପୂର୍ବରୁ ଗତ ୧୯ ତାରିଖରେ ଜମ୍ମୁ ଓ କାଶ୍ମୀର ସୀମାରେ ଥିବା ପୁଞ୍ଚ୍ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ବର୍ଷଣ କରିଥିଲା। ଭାରତୀୟ ସୈନା ଏହାର ବି କଡ଼ା ଜବାବ ଦେଇଥିଲେ।
ତା’ ଆଗରୁ ଗତ ୪ ତାରିଖରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ।

By amfnews

Related Post