Sun. Mar 8th, 2026

ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି ଇମ୍ରାନ୍ ଖାନଙ୍କ ପାର୍ଟି ‘ପିଟିଆଇ’ର ପୂର୍ବତନ ବିଧାୟକ ବଳଦେବ କୁମାର

283 Views

ନୂଆଦିଲ୍ଲୀ  : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାର୍ଟି ‘ପିଟିଆଇ’ର ଜନୈକ ପୂର୍ବତନ ବିଧାୟକ ଆଉ ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି । ସେ ଭାରତରେ ରହିବାକୁ ଚାହାଁନ୍ତି। ଏଥଲାଗି ସେ ଭାରତର ଶରଣ ମାଗିଛନ୍ତି। ‘ପିଟିଆଇ’ର ଏହି ପୂର୍ବତନ ବିଧାୟକ ହେଲେ ବଳଦେବ କୁମାର। ସେ ଏବେ ସପରିବାର ପଞ୍ଜାବ ଆସିଛନ୍ତି ।

ବଳଦେବ କୁମାର ପଖତୁନଖ୍ୱାର ବାରିକୋଟ ଆସନରୁ ବିଧାୟକ ଥିଲେ । ୪୩ ବର୍ଷୀୟ ଏହି ବଳଦେବ କୁମାର ଏବେ ନିଜ ପରିବାର ସହିତ ପାକିସ୍ତାନ ଫେରିଯିବାକୁ ଚାହୁଁ ନାହାନ୍ତି । ସେ କହିଛନ୍ତି ଯେ, ପାକିସ୍ତାନରେ ହିନ୍ଦୁ-ଶିଖ ସୁରକ୍ଷିତ ନୁହଁନ୍ତି । ସେଠାରେ ସେମାନଙ୍କ ଉପରେ ଅତ୍ୟାଚାର ହେଉଛି । ସେମାନଙ୍କୁ ହତ୍ୟା କରାଯାଉଛି । ସେ କହିଛନ୍ତି ଯେ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅନ୍ୟାୟ କାରଣରୁ ସେ ଭାରତର ଶରଣ ମାଗିଥିବା ଜଣାଯାଇଛି। କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିବା ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଅଧିକାର କିଭଳି ହ୍ରାସ କରାଯାଉଛି, ଏହାର ଖୁଲାସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପୂର୍ବତନ ବିଧାୟକ ବଳଦେବ କୁମାର । ଇମ୍ରାନ ଖାନଙ୍କ ପାର୍ଟି ‘ପିଟିଆଇ’ର ପୂର୍ବତନ ବିଧାୟକ ବଳଦେବ କୁମାର ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର କାରଣରୁ ଭାରତର ଶରଣ ମାଗିଛନ୍ତି । ପାକିସ୍ତାନରେ ହିନ୍ଦୁ-ଶିଖ ସୁରକ୍ଷିତ ନୁହନ୍ତି ବୋଲି ପ୍ରକାରାନ୍ତରେ ସେ ଦର୍ଶାଇଛନ୍ତି।

By amfnews

Related Post