Sat. Nov 23rd, 2024

ପାକକୁ ପୁଲୱାମାର ଜବାବ: ସକାଳ ୩.୩୦ରେ ଥରିଲା ପିଓକେ, ୫୦ କିମି ଭିତରେ ପଶି ପକାଇଲେ ୧୦୦୦ କେଜି ବମ୍‌

By amfnews Feb 26, 2019 #Featured
383 Views

ନୂଆଦିଲ୍ଲୀ, ଫେବ୍ରୁଆରୀ ୨୬ : ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା । ପାକିସ୍ତାନ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଭାରତରେ ଲଗାତର ଦାବି ଉଠିଥିଲା । ଏହା ମଧ୍ୟରେ ଆଜି କଡା ଜବାବ ଦେଇଛି ଭାରତୀୟ ବାୟୁସେନା । ଏଲଓସି ପାର କରି ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଛି ବାୟୁସେନା । ବାୟୁସେନା ଆତଙ୍କୀ କ୍ୟାମ୍ପ ଉପରେ ଏକ ହାଜାର କେଜିର ବମ ପକାଯାଇଥିଲା ।

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରେ ବଡ ଧରଣର ଆକ୍ରମଣ କରିଛି । ଭାରତୀୟ ବାୟୁସେନାର 12 ମିରାଜ-2000 ଯୁଦ୍ଧ ବିମାନ ଆତଙ୍କବାଦୀ ସଂଗଠନ ଉପରେ 1000 କିଲୋଗ୍ରାମର ବମ ପକାଇଛି । ଜୈଶ-ଏ-ମହମ୍ମଦର ଆଲ୍ଫା କଣ୍ଟ୍ରୋଲ ରୁମ ସହିତ ଅନ୍ୟ କ୍ୟାମ୍ପ ଗୁଡିକୁ ଧ୍ୱଂସ କରାଯାଇଛି । ପିଓକେର 50 କିମି ପର୍ଯ୍ୟନ୍ତ ପଶି 21 ମିନିଟ ଧରି ବିଧ୍ୱଂସ ରଚିଥିଲା ଭାରତୀୟ ବାୟୁସେନା  । ସୂତ୍ର ଅନୁସାରେ ଜାତୀୟ ପରାମର୍ଶ ଦାତା ଅଜିତ ଡୋଭାଲ ଏହି ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏନେଇ ସୂଚନା ଦେଇଛନ୍ତି ।

ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଏହା ସହ ଜୈଶର କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ।

ଏହି ଘଟଣା ପରେ ବାୟୁସେନାକୁ ଆଲର୍ଟ କରାଯାଇଛି । ସୀମାରେ ରହୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସୋମାବାର ରାତିରେ ହିଁ ସୀମାରେ ଯୁଦ୍ଧ ବିମାନର ଉଡିବାର ଶବ୍ବ ଶୁଣାଯାଉଥିଲା ।

ସୂତ୍ର ଅନୁସାରେ 1971 ମସିହାରେ ହୋଇଥିବା ଭାରତ-ପାକ ଯୁଦ୍ଧ ପରେ ଭାରତୀୟ ବାୟୁସେନା ସୀମାରେ ଏହି ପରି ଆକ୍ରମଣ କରିଛି । ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ ଜୈଶର 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଜୈଶର 3 ଟି କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ଭାରତୀୟ ବାୟୁସେନା ।

By amfnews

Related Post