Thu. Dec 26th, 2024

ପାଇଲଟ-ସିନ୍ଧିଆଙ୍କୁ ଶୁଭେଚ୍ଛା ଜଣାଇଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

By amfnews Dec 13, 2018 #Featured
245 Views

ନୂଆଦିଲ୍ଲୀ, ଡିସେମ୍ବର ୧୩ :  ପାଂଚଟି ରାଜ୍ୟ ମଧ୍ୟରୁ ୩ଟିରେ କଂଗ୍ରେସକୁ ବିଜୟ ମିଳିବା ପରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀକୁ କଂଗ୍ରେସ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ଏଭଳି ଜଣେ ବ୍ୟକ୍ତି ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଯାହାକି ଆଶ୍ଚର୍ଯ୍ୟ ଲାଗିବ । ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ନେଇ ଫେରାର ଥିବା ବ୍ୟବସାୟୀ ବିଜୟ ମାଲ୍ୟା ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିଜର ଟୁଇଟର ଆକାଉଣ୍ଟ ଜରିଆରେ ମଦ ବ୍ୟବସାୟୀ ମାଲ୍ୟା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଜ୍ୟୋତିରାଦିତ୍ୟ ଏବଂ ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଭାରତ ସରକାର ମାଲ୍ୟାଙ୍କୁ ଲଣ୍ଡନରୁ ଆଣିବା ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରି ଦେଇଛି ।

ବିଜୟ ମାଲ୍ୟା ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ଯୁବ ଚାମ୍ପିଅନ’ ସଚିନ ପାଇଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁଭେଚ୍ଛା । କିଛି ଲୋକ ମାଲ୍ୟାଙ୍କ ଟୁଇଟରକୁ ନେଇ ବିଭିନ୍ନ ମତ ଦେଇଛନ୍ତି । ଦେଶର ୯ହଜାର କୋଟି ଟଙ୍କା ନେଇ ଫେରାର ହୋଇଥିବା ମାଲ୍ୟାଙ୍କୁ ଲଣ୍ଡନର ଭେଷ୍ଟମିନିଷ୍ଟର କୋର୍ଟ ଭାରତ ଯିବା ପାଇଁ ଅନୁମତି ଦେଇଛନ୍ତି ।

By amfnews

Related Post