Sun. Jun 8th, 2025

ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ଛୁଇଁଲା ୩

By amfnews Mar 30, 2020 #Featured
194 Views

କୋଲକାତା: ଚୀନରୁ ଫେରି  ସିଲିଗୁଡ଼ିର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଆସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ୪୪ ବର୍ଷିୟ ମହିଳାଙ୍କର ସୋମବାର ରାତି ପ୍ରାୟ ୨ଟା ସମୟରେ ମୃତ୍ୟୁ ଘଟିଛି। ମହିଳା ଜଣକ ପଶ୍ଚିମବଙ୍ଗର କାଲିମପୋଙ୍ଗ ଅଞ୍ଚଳର ବାସିନ୍ଦା ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ପରିବାର ଲୋକଙ୍କ କହିବାନୁସାରେ ସେ କରୋନା ସଂକ୍ରମିତ ହେବା ପରେ ବିଶେଷ ଲୋକଙ୍କ ସଂସ୍ପର୍ଶରେ ଆସିନାହାନ୍ତି।

ମହିଳାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିକେ ଦେବ ସ୍ପଷ୍ଟ କରିଛନ୍ତି ଯେ ମହିଳା ଜଣକ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ହସ୍ପିଟାଲ୍‌ର ଆସୋଲେସନ୍‌ ୱାର୍ଡରେ ମୃତ୍ୟୁବରଣ କରିଛନ୍ତି। ମହିଳା ସଂକ୍ରମିତ ହେବା ପରେ ନର୍ଥ ବେଙ୍ଗଲ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

ରାଜ୍ୟରେ କରୋନା ପାଇଁ କାଲିମବୋଙ୍ଗ ଅଞ୍ଚଳର ମହିଳାଙ୍କୁ ମିଶାଇ ସମୁଦାୟ ୩ ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ୫୨ ଓ ୬୬ ବର୍ଷିୟ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇ ମୃତ୍ୟୁ ଘଟିସାରିଛି।

ମହିଳାଙ୍କ ସହ ଅନ୍ୟ କେଉଁମାନେ ସବୁ ସଂସ୍ପର୍ଶରେ ଆସିଥିଲେ କାଲିମପୋଙ୍ଗର ଜିଲ୍ଲା କର୍ତ୍ତୃପକ୍ଷ ତାହାର ତନାଘନା କରିବା ଆରମ୍ଭ କରିଛନ୍ତି।

କରୋନା ଦ୍ବାରା ମୃତ୍ୟୁ ଘଟିଥିବା ମହିଳାଙ୍କର କେବଳ ଓଜନ ଅଧିକ ଥିଲା। ତାହା ବ୍ୟତୀତ ତାଙ୍କ ଶରୀରରେ ଅନ୍ୟ କୌଣସି ପ୍ରକାରର ରୋଗବ୍ୟାଧି ନଥିଲା। ମାର୍ଚ ୭ ତାରିଖରେ ସେ ଚୀନ ଯାଇଥିଲେ ଓ ମାର୍ଚ ୧୯ ତାରିଖରେ ସେ ତାଙ୍କ ଝିଅ ସହ ଭାରତ ଫେରିଥିଲେ।

By amfnews

Related Post