Fri. Mar 6th, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସାଙ୍ଘାତିକ ଯୋଜନା, 20 ହଜାରରୁ ଅଧିକ ଶରଣାର୍ଥୀ ପରିବାରକୁ ଦେବେ ମାଗଣା ଜମି

298 Views

କୋଲକାତା, ସେପ୍ଟେମ୍ବର ୦୨  : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ ଚେକ୍ ଦେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାଙ୍ଘାତିକ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ପଶ୍ଚିମବଙ୍ଗରେ 119 ଶରଣାର୍ଥୀ ବସ୍ତିରେ ରହୁଥିବା ଅନ୍ୟ ଦେଶର 20,000 ରୁ ଅଧିକ ଲୋକଙ୍କୁ ମାଗଣା ଜମି ପ୍ରଦାନ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସରକାର ଏଥିପାଇଁ ଏକ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହା ଅଧୀନରେ ପ୍ରାୟ 15,000 ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇସାରିଲାଣି ଏବଂ ଆଉ 6,500 ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଉଛି |

ଅଧିକାରୀ କହିଛନ୍ତି ଯେ ହିତାଧିକାରୀମାନେ ପ୍ରଥମ 10 ବର୍ଷ ପାଇଁ ଏହି ପ୍ଲଟ୍(ସରକାର ପ୍ରଦାନ କରିବାକୁ ଥିବା ମାଗଣା ଜମି)କୁ ବିକ୍ରି କରିପାରିବେ ନାହିଁ । ଅଧିକାରୀ ଜଣକ କହିଛନ୍ତି ଯେ ଏହି ତାଲିକା ପ୍ରସ୍ତୁତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିଆଯିବ। ଏହା ପରେ ଶରଣାର୍ଥୀ ବସ୍ତିରେ ରହୁଥିବା ଲୋକଙ୍କୁ ଏହି ପ୍ଲଟ୍ ମାଲିକାନା ଦିଆଯିବ | ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 94 ଶରଣାର୍ଥୀ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିଥିଲେ । ସେହି ଅବସରରେ ମମତା ଅନ୍ୟ 119 ଶରଣାର୍ଥୀ ବସ୍ତିବାସିନ୍ଦାଙ୍କୁ ପ୍ଲଟ୍ ଦେବାକୁ ମଧ୍ୟ ଘୋଷଣା କରିଥିଲେ। ତେବେ ସେତେବେଳେ ଏହାକୁ ବିରୋଧୀ ଦଳ କଡା ବିରୋଧ କରିଥିଲେ, ମଧ୍ୟ ମମତା ବାନାର୍ଜୀ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ଲାଗି ଏଭଳି ଯୋଜନାକୁ ଲାଗୁ କରିବାରେ ଲାଗିଛନ୍ତି ।

ଅଧିକାରୀ ଜଣକ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ରାଜ୍ୟର ଜମି ଓ ଜମି ସଂସ୍କାର, ଶରଣାର୍ଥୀ ରିଲିଫ ଏବଂ ପୁନର୍ବାସ ବିଭାଗର ଅଧିକାରୀମାନେ ଏହାର ସର୍ଭେ କାର୍ଯ୍ୟ ଶେଷ କରିଛନ୍ତି । ମାଗଣା ଜମି ମିଳିବାକୁ ଥିବା 119 ଟି ଶରଣାର୍ଥୀ ବସ୍ତିରେ ହାୱଡା, ହୁଗଲି, ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଏବଂ ନାଦିଆ ଜିଲ୍ଲା ଅନ୍ତର୍ଭୁକ୍ତ | ଏଥିମଧ୍ୟରେ ଆଲିପୁରଦାର, ଜାଲପାଇଗୁଡୀ, ମାଲଦା, ଉତ୍ତର ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାର ବହୁ ସଂଖ୍ୟକ ଲୋକ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ଏହି ସମସ୍ତ ଶରଣାର୍ଥୀ ବସ୍ତିମାନଙ୍କରେ ମୁଖ୍ୟତଃ ବାଙ୍ଗଲାଦେଶରୁ ଭାରତ ଚାଲି ଆସିଥିବା ସଂଖ୍ୟାଲଘୁ ଶ୍ରେଣୀର ଲୋକମାନେ ରହୁଛନ୍ତି । ଏହା ସହ କିଛି ରୋହିଙ୍ଗ୍ୟା ଶରଣାର୍ଥୀ ମଧ୍ୟ ଏହି ବସ୍ତିମାନଙ୍କରେ ରହୁଥିବା ନେଇ ସୂଚନା ମିଳିଛି ।

By amfnews

Related Post