Fri. Mar 6th, 2026

ପଶ୍ଚିମବଙ୍ଗ ଫଳାଫଳ, ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ୮ ହଜାର ୧୦୬ ଖଣ୍ଡ ଭୋଟରେ ଆଗରେ

357 Views

ପଶ୍ଚିମବଙ୍ଗ, ମେ ୦୨ : ପଶ୍ଚିମବଙ୍ଗରେ ଜୋର ଧରିଛି ନିର୍ବାଚନ ଫଳାଫଳକୁ ନେଇ ଉତ୍କଣ୍ଠା। ନନ୍ଦିଗ୍ରାମ ବିଧାନସଭା ଆସନର ଆଉ ଏକ ରାଉଣ୍ଡ ଭୋଟ ଗଣତିର ଫଳାଫଳ ଆସିସାରିଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ୮ ହଜାର ୧୦୬ ଖଣ୍ଡ ଭୋଟରେ ଆଗରେ ଅଛନ୍ତି ।

ତେବେ ଏବେ ସୁଦ୍ଧା ଟିଏମସିକୁ ବହୁମତି ମିଳିଥିଲେ ସୁଦ୍ଧା ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବହୁଳ ଭୋଟରେ ପ୍ରତିନିଧିତ୍ବ କରୁଛନ୍ତି। ଏଯାବତ ୧୫୫ଟି ଆସନରେ ଟିଏମସି ଆଗରେ ଚାଲିଥିବା ବେଳେ ବିଜେପି ୧୧୯ଟି ଆସନରେ ଆଗରେ ଚାଲିଛି।

ଗୋଟିଏ ପଟେ ଗଣତି ଜାରି ରହିଥିବାବେଳେ ମମତାଙ୍କ ପରାଜୟ ଖବରକୁ ନେଇ ଟିଏମସି ଚିନ୍ତାରେ ପଡ଼ିଯାଇଛି । ତେବେ ନନ୍ଦିଗ୍ରାମର ଯେଉଁ ଅଂଚଳରେ ବିଜେପିର ଭୋଟ ଅଧିକ ରହିଛି ସେଠାରେ ଭୋଟ ଗଣତି କରାଯାଉଛି ।

ସୂଚନାଯୋଗ୍ୟ, କରୋନା ପାଇଁ ନିର୍ବାଚନ ବିଜୟ ଉତ୍ସବ ଉପରେ କଟକଣା ଲାଗିଛି । କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ବିଶୃଙ୍ଖଳା ହେତୁ ସମର୍ଥକମାନେ ମାନିବା ସ୍ଥିତିରେ ନାହାନ୍ତି । ପ୍ରାୟ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବାବେଳେ ଟିଏମସି ୧୯୪ ଆସନରେ ଆଗୁଆ ଥିବାବେଳେ ବିଜେପି ୯୪ ଆସନରେ ଆଗରେ ରହିଛି ।

By amfnews

Related Post