Sat. Mar 7th, 2026

ପଶୁପକ୍ଷୀଙ୍କ ପାଇଁ ସ୍ୱାମୀ ଏବଂ ପରିବାର ଛାଡି ଅଲଗା ରହୁଛନ୍ତି ଏହି ମହିଳା!

237 Views

ପଶୁପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଯୋଗୁଁ ଜଣେ ମହିଳାଙ୍କୁ ଛାଡିବାକୁ ପଡ଼ିଛି ସ୍ୱାମୀ ଓ ପରିବାରକୁ। ସେ କୁକୁର, ବିଲେଇ ଠାରୁ ଆରମ୍ଭ କରି ଚିଲ ପର୍ଯ୍ୟନ୍ତ ଅନେକ ପଶୁପକ୍ଷୀଙ୍କୁ ନେଇ ଅଲଗା ରହୁଛନ୍ତି ଗୋଟିଏ ଘରେ। ଭାବୁଥିବେ ନିଶ୍ଚୟ ଘର ବଡ ହୋଇଥିବ ସେଥି ପାଇଁ ଏତେ ଜୀବଙ୍କୁ ଗୋଟିଏ ଘରେ ରଖିଛନ୍ତି। କିନ୍ତୁ ବାସ୍ତବତା କିଛି ଅଲଗା। ଘର କହିବାକୁ ଗଲେ ମାତ୍ର ଗୋଟିଏ ରୁମ୍‌। ଗୋଟେ ଲୋକ ରହିଲେ ଅନ୍ୟ ଜଣେ ରହିବାକୁ କଷ୍ଟ ହେବ। ଏହିଭଳି ଏକ ଗୋଟିଏ ଘରେ ମହିଳା ସ୍ଥାନ ଦେଇଛନ୍ତି ଅନେକ ଅସହାୟ ଜୀବଙ୍କୁ।

ସୂଚନା ଅନୁସାରେ, ଆରିଫା ନାମକ ଜଣେ ମହିଳା ୨୦୦୬ ମସିହାରୁ ଜନତା କଲୋନିର ଏକ ଛୋଟ ଫ୍ଲାଟରେ ରୁହନ୍ତି। କହିବାକୁ ତ ଏଇଟା ଜନତା ଫ୍ଲାଟ କିନ୍ତୁ ଏହି ଘର ଏତେ ଛୋଟ କି ଏଠାରେ ଗୋଟିଏ ଲୋକ କିମ୍ବା ଦୁଇଟା ଲୋକ ରହିପାରିବେ। ଆରିଫା ପେଶାରେ ଜଣେ ବ୍ରୋକର। କିନ୍ତୁ ଆରିଫାଙ୍କ ହୃଦୟରେ ପଶୁ ପକ୍ଷୀମାନଙ୍କ ପାଇଁ ବିଶାଳ ଯାଗା ରହିଛି। ପିଲାଟି ଦିନରୁ ପଶୁ ପକ୍ଷୀମାନଙ୍କ ପାଇଁ ଆରିଫାଙ୍କ ଦୁର୍ବଳତା ରହିଛି। ଆରିଫାଙ୍କ ଏହି ଦୁର୍ବଳତା ବଡ ହୋଇ ସୌକ ପାଲଟିଯାଇଥିଲା। ବିବାହ ପରେ ବି ଆରିଫା ଘରେ ପଶୁ ପକ୍ଷୀ ଆଣି ରଖୁଥିଲେ। କିନ୍ତୁ ଆରିଫାଙ୍କ ସ୍ୱାମୀଙ୍କୁ ଏସବୁ ପସନ୍ଦ ନଥିଲା। ଶେଷରେ ଗୋଟେ ଦିନ ଆରିଫାଙ୍କ ସ୍ୱାମୀ ଆରିଫାଙ୍କୁ ତାଙ୍କ ପରିବାର ଏବଂ ପଶୁପକ୍ଷୀଙ୍କ ମଧ୍ୟରୁ ଜଣକୁ ବାଛିବାକୁ କହିଥିଲେ। ପଶୁପକ୍ଷୀଙ୍କ ପ୍ରତି ଅନେକ ଭଲପାଇବା ଥିବା କାରଣରୁ ଆରିଫା ଏହି ଦୁଇ ବିକଳ୍ପ ମଧ୍ୟରୁ ପଶୁପକ୍ଷୀଙ୍କୁ ବାଛିଥିଲେ। ଆଉ ସେବେଠାରୁ ଆରିଫା ପରିବାର ଠାରୁ ଅଲଗା ହୋଇ ଏବେ ୨୫ ବିଲେଇ, ୨୦ କୁକୁର ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ସହ ତାଙ୍କ ଫ୍ଲାଟରେ ରହୁଛନ୍ତି।

ପଶୁପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଆରିଫାଙ୍କୁ କେବଳ ତାଙ୍କ ପରିବାର ଠାରୁ ଅଲଗା କରିଦେଇ ନାହିଁ, ପରିବାର ସହିତ ପଡୋଶୀ ମାନଙ୍କଠାରୁ ମଧ୍ୟ ଅଲଗା ହେବାକୁ ପଡିଛି। ପଡୋଶୀମାନେ ମଧ୍ୟ ଆରିଫାଙ୍କୁ ବିରୋଧ କରିଛନ୍ତି। ତଥାବି ଆରିଫା ହାର ମାନିନାହାଁନ୍ତି, ସେ ସମସ୍ତଙ୍କ ଠାରୁ ଅଲଗା ହୋଇ ପଶୁପକ୍ଷୀଙ୍କ ସହ ଖୁସିରେ ଅଛନ୍ତି।

By amfnews

Related Post