Sat. Mar 7th, 2026

ପର୍ଥ ଟେଷ୍ଟରେ ଭାରତର ୬ଷ୍ଠ ଓ୍ଵିକେଟ୍‌ର ପତନ, ପରାଜୟ ଆସନ୍ନ

330 Views

ପର୍ଥ: ମହମ୍ମଦ ସାମିଙ୍କ ୬ ଓ୍ଵିକେଟ ଓ ଜସପ୍ରୀତ ବୁମ୍‍ରାଙ୍କ ୩ ଓ୍ଵିକେଟ ଜରିଆରେ ଭାରତୀୟ ବୋଲର ପର୍ଥ ଟେଷ୍ଟରେ ପ୍ରତ୍ୟାବର୍ତନ କରିଥିଲେ ବି ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ପାଇଁ ଭ୍ରମଣକାରୀ ଦଳ ଆସନ୍ନ ପରାଜୟ ଦ୍ୱାରଦେଶରେ ପହଞ୍ଚିଛି। ଭାରତ ସମ୍ମୁଖରେ ୨୮୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିଲେ ବି ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୫ ୱିକେଟ୍‌ ହରାଇ ୧୧୨ ରନ୍‌ ସଂଗ୍ରହ କରିଛି। ୫ମ ଦିନ ଖେଳ ଆରମ୍ଭରୁ ଭାରତକୁ ପୁଣି ଝଟକା ଲାଗିଛି।

ଭାରତର ଶେଷ ସ୍ୱୀକୃତିପ୍ରାପ୍ତ ବ୍ୟାଟସମ୍ୟାନ୍‌ ଯୋଡ଼ି ହନୁମା ବିହାରୀ (୨୪*) ଏବଂ ଋଷଭ ପନ୍ତ (୯*) ୫ମ ଦିନ ଖେଳ ଆରମ୍ଭ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆର ନିଖୁଣ ବୋଲିଂର ସାମ୍‌ନା କରିବାରେ ବିଫଳ ହୋଇଛି ଏହି ଯୋଡ଼ି। ଗତକାଲିର ରନ୍‌ରେ ଆଉ ମାତ୍ର ୭ରନ ଯୋଡ଼ିଥିବା ବେଳେ ବ୍ୟକ୍ତିଗତ ଭାବେ ୨୮ ରନ୍‌ କରି ହନୁମା ବିହାରୀ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି। ଷ୍ଟାର୍କ ହନୁମା ବିହାରୀଙ୍କୁ ହାରିସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦ୍ୱିତୀୟ ଇନିଙ୍ଗସରେ ଭାରତର ୬ଷ୍ଠ ଓ୍ଵିକେଟର ପତନ ଘଟାଇଛନ୍ତି। ହନୁମା ବିହାରୀଙ୍କ ଆଉଟ୍‌ ପରେ ଭାରତର ପରାଜୟ ଜଳଜଳ ହୋଇ ଦେଖାଦେଇଛି। ଭାରତ ପରାଜୟ ଦ୍ୱାରଦେଶରେ ଠିଆ ହୋଇଥିବା ବେଳେ ଏବେ ବି ୧୫୫ ରନ୍‌ ପଛରେ ରହି ସଂଘର୍ଷ ଜାରି ରଖିଛି।

By amfnews

Related Post