Sun. Mar 8th, 2026

ପରୀକ୍ଷା ହଲ୍‌ରେ ସେଲ୍‌ଫି; ଭିଡିଓ ଭାଇରାଲ୍‌

222 Views

ମାଲକାନଗିରି  : ଯେକୌଣସି ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ନେଇ ପାରିବେ ନାହିଁ। ଏନେଇ କଟକଣା ଜାରି ହୋଇଛି। ହେଲେ କିଛି ଛାତ୍ର ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର କରିବା ସହ ସେଲ୍‌ଫି ନେଉଥିବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଘଟଣା ଘଟିଛି ମାଲକାନଗିରି ମହାବିଦ୍ୟାଳୟରେ।

ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ହଲ୍‌ରେ କିଛି ଛାତ୍ର ମୋବାଇଲ୍‌ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଏମିତି କି ଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ସେଲଫି ବି ଉଠାଇଛନ୍ତି, ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ପରୀକ୍ଷା ଚାଲିଥିବା ବେଳେ ଏହି ଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ କିଭଳି ମୋବାଇଲ୍ ନେଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ନକଲ କରିବା ପାଇଁ ଛାତ୍ରଛାତ୍ରୀ ଏଭଳି ପନ୍ଥା ଆପଣାଉଥିବା କୁହାଯାଉଛି।

ପରୀକ୍ଷା ହଲ୍‌ରେ ମୋବାଇଲ୍ ବ୍ୟବହାର କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ କହିଛନ୍ତି।

By amfnews

Related Post