Wed. Mar 11th, 2026

ପରିସ୍ରା କରିବା ପାଇଁ ଟ୍ରେନ୍‌ ଅଟକାଇଦେଲେ ମୋଟରମ୍ୟାନ୍‌

216 Views

ମୁମ୍ବାଇ  : ମହାରାଷ୍ଟ୍ରର ଜଣେ ମୋଟରମ୍ୟାନ୍‌ଙ୍କର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ସେ ଟ୍ରେନ୍‌ ଅଟକାଇ ଟ୍ରାକ୍‌ ଉପରେ ପରିସ୍ରା କରୁଛନ୍ତି। ଏହା ପରେ ଟ୍ରେନ୍‌ର ମୋଟରମ୍ୟାନ୍‌ ଏବଂ ଗାର୍ଡଙ୍କ କ୍ୟାବିନ୍‌ରେ ପରିସ୍ରାଗାର ନିର୍ମାଣର ଆବଶ୍ୟକତା ଅଛି ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବୁଧବାର ଉଲ୍ଲାସନଗର ଷ୍ଟେସନ୍‌ ଏବଂ ବିଠଲୱାଡି ଷ୍ଟେସନ୍‌ ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା। ଟ୍ରେନ୍‌ଟି ସେତେବେଳେ ମୁମ୍ବାଇ ଆଡ଼କୁ ଯାଉଥିଲା। ଏହି ଭାଇରାଲ ଭିଡିଓ ଶୁଟ୍‌ କରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ, ବିନା କୌଣସି କାରଣରେ ହଠାତ୍ ଟ୍ରେନ୍‌ଟି ଅଟକି ଥିଲା। ଏହାପରେ ମୋଟରମ୍ୟାନ୍‌ ଓହ୍ଲାଇ ଟ୍ରେନ୍ ସାମ୍ନାରେ ପରିସ୍ରା କରିଥିଲେ।

ତେବେ ଜଣେ ଟ୍ୱିଟର ବ୍ୟବହାରକାରୀ ଏଥିରେ ଲେଖିଥିଲେ, ଏହା ତାଙ୍କର ଦୋଷ ନୁହେଁ। ଭାରତୀୟ ରେଲ୍‌ୱେ ମନ୍ତ୍ରଣାଳୟ ଲୋକୋମୋଟିଭ୍‌ ବା ଇଞ୍ଜିନ୍‌ ଗୁଡ଼ିକରେ ଟୟଲେଟ୍‌ରେ ବ୍ୟବସ୍ଥା ନକରିବା ଦୋଷାବହ କାର୍ଯ୍ୟ। ସେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଯେ, ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱଚ୍ଛଭାରତ ଯୋଜନା କାହିଁକି ଲାଗୁ କରିନାହାନ୍ତି। ଆଉ ଜଣେ ଲେଖିଛନ୍ତି, ଏଥିରେ ଟୟଲେଟ୍‌ ରହିଲେ ସେ ନିଜ କାମରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ।

By amfnews

Related Post