Fri. Mar 6th, 2026

ପରିସ୍ରା ଆସୁଛି କହି ଥାନାରୁ ଅଭିଯୁକ୍ତ ଫେରାର

343 Views

ନବରଙ୍ଗପୁର: ପରିସ୍ରା ଆସୁଛି କହି ମଙ୍ଗଳବାର ରାତିରେ ପାପଡ଼ାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସି ପଳାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ପଠାନଗୁଡ଼ା ଗ୍ରାମର ଅରୁଣ ହରିଜନ। ଗୋଟାଏ ଡକାୟତି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ଗତକାଲି ଠାରୁ ତାଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇ ଥିଲା।

ଥାନାରେ ଶୌଚାଳୟ ନ ଥିବାରୁ ବାହାରକୁ ପରିସ୍ରା କରିବାକୁ ଯିବାପାଇଁ ଅରୁଣ ପୁଲିସକୁ କହିଥିଲା ଏବଂ ସେହି ସୁଯୋଗର ଉପଯୋଗ କରି ଚମ୍ପଟ୍‌ ମାରିଥିଲା। ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି।

By amfnews

Related Post