Wed. Apr 30th, 2025

ପରିବାରର ଦୁର୍ଦ୍ଦଶା ପାଇଁ ୭ ମାସର ଝିଅକୁ ଦାୟି କରି ହତ୍ୟା କଲେ ମାଆ

By amfnews Sep 2, 2018 #Featured
216 Views

ନୂଆଦିଲ୍ଲୀ    :   ପରିବାରର ଦୁର୍ଦ୍ଦଶା ପାଇଁ ନିଜ ୭ ମାସର ଝିଅ ଦାୟି ବୋଲି ବିଶ୍ୱାସ କରି ଦକ୍ଷିଣପୂର୍ବ ଦିଲ୍ଲୀ ଅନ୍ତର୍ଗତ ହଜ୍‌ରତ୍‌ ନିଜାମ୍ମୁଦ୍ଦିନରେ ଜଣେ ୨୭ ବର୍ଷୀୟ ସ୍ତ୍ରୀଲୋକ ତା’ର ତଣ୍ଟିଚିପି ମାରି ଦେଇଥିବା କଥା ପୁଲିସ ଶନିବାର ଦିନ କହିଛି।

ଘଟଣାଟି ଘଟିଛି ଅଗଷ୍ଟ ୨୦ ତାରିଖ ଦିନ। ଅଭିଯୁକ୍ତା ସ୍ତ୍ରୀଲେକଟିର ନାଁ ଆଦିବା ଖାଁ ବୋଲି ଜଣାପଡ଼ିଛି।

ପ୍ରଥମେ ଖାଁ ପୁଲିସକୁ କହିଥିଲେ କି, ଘରେ ଥିବା ପାଣି ବାଲ୍‌ତିରେ ବୁଡ଼ି ଝିଅ ମରି ଯାଇଥିଲା। ସେ ଓ ତାଙ୍କ ସ୍ୱାମୀ ଝିଅକୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାକୁ ଆଣିବା ପୂର୍ବରୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

କିନ୍ତୁ, ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ଗଳାରେ ଭୀଷଣ ଚାପ ଯୋଗୁଁ ପିଲାଟିର ମୃତ୍ୟୁ ଘଟିଛି।

ଘଟଣା ଘଟିଥିବା ସମୟରେ ଘରେ ଥିବା ଖାଁଙ୍କୁ ପୁଲିସ ପଚରା ଉଚୁରା କରିଥିଲେ। ଗୁଡ଼େଇ ତୁଡ଼େଇ ପଚାରିବାରୁ, ସେ ଝିଅକୁ ଦୁପଟ୍ଟାରେ ଭିଡ଼ି ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ପିଲାଟି ଜନ୍ମ ହେବା ପରଠାରୁ ତାଙ୍କ ପରିବାରେ ରୋଗବୈରାଗ ଓ ଆର୍ଥିକ ଅନଟନ ଦେଖା ଦେଇଥିଲା।

ଝିଅକୁ ତଣ୍ଟିଚିପିବା ପରେ, ବୁଡ଼ି ମରିଛି ବୋଲି ଦର୍ଶାଇବାକୁ ଅଭୁଯୁକ୍ତା ତା’ର ଶବକୁ ପାଣି ବାଲ୍‌ତିରେ ବୁଡ଼ାଇ ଦେଇଥିଲେ।

ତା’ପରେ ଦରଜୀ ଦୋକାନ କରିଥିବା ତାଙ୍କ ସ୍ୱାମୀଙ୍କ ଦୋକାନକୁ ଧାଇଁ ଯାଇ ଝିଅର ଖବର ଦେଇଥିଲେ। ଦୁହେଁ ଝିଅକୁ ନେଇ ଡାକ୍ତରଖାନା ଧାଇଁଥିଲେ, ସେଠାରେ ଡାକ୍ତରମାନେ ତାକୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

By amfnews

Related Post