Sat. Mar 7th, 2026

ପରିବା ବ୍ୟବସାୟୀଙ୍କୁ ଅନ୍ୟତ୍ର ଉଠିଯିବାକୁ କୁହାଯିବାରୁ ଘଟଣାସ୍ଥଳରେ ଉତ୍ତେଜନା

231 Views

ରାଉରକେଲା : କୋଭିଡ ୧୯ ଭାଇରସ୍ ସଂକ୍ରମଣ ଏବଂ ଲକ ଡାଉନ ଘୋଷଣା ପରେ ସାମାଜିକ ଦୂରତ୍ବକୁ ଗୁରୁତ୍ୱ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରାଉରକେଲା ଟ୍ରାଫିକ୍ ଗେଟରେ ଥିବା ଖୁଚୁରା ପରିବା ବ୍ୟବସାୟୀଙ୍କୁ ରିଙ୍ଗ ରୋଡ୍ ସାଇଡରେ ବସା ଯାଇଥିଲା । ଉଦ୍ଦେଶ୍ୟ ଥିଲା ଭିଡ଼ ହେବନାହିଁ ଏବଂ ଲୋକ ମାନେ ସାମାଜିକ ଦୂରତ୍ୱ ରକ୍ଷାକରି ପନିପରିବା କିଣି ପାରିବେ।

ଏହି ନିଷ୍ପତ୍ତି ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମିଳିତ ଭାବେ ନେଇଥିଲେ । ମାତ୍ର ଶନିବାର ଦିନ  ସକାଳ ପ୍ରାୟ ୭ଟା ବେଳେ  ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡମାନେ ଆସି ଏହି ପନିପରିବା ବିକ୍ରେତାଙ୍କୁ ଉଠାଇ ଅନ୍ୟତ୍ର ଯିବାକୁ କହିବାରୁ ଉତ୍ତେଜନା ଦେଖା ଦେଇଛି ।ପନିପରିବା ବିକ୍ରେତାଙ୍କୁ ବନ୍ଧମୁଣ୍ଡା ରୋଡକୁ ଉଠିଯିବା ଲାଗି କୁହାଯିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା କୁହାଯାଉଛି । ପରିବା ଦୋକାନୀମାନେ ସେଠାରୁ ନ ଯିବାକୁ ଜିଦ ଧରିଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

By amfnews

Related Post