ଭୁବନେଶ୍ୱର, ଡିସେମ୍ବର ୧୯ : ପରିର ହତ୍ୟାକାଣ୍ଡ ଓଡ଼ିଶାର ଜନମାନସକୁ ବିଚଳିତ କରିଛି । ଯେହେତୁ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଖବର ଆସୁଥିଲା ସେଥିପାଇଁ ତଦନ୍ତ ରାଜ୍ୟ ପୋଲିସ ଦ୍ୱାରା ସଠିକ ଢ଼ଙ୍ଗରେ ହୋଇ ନ ପାରିବା ଆଶଙ୍କା ନେଇ ଆମେ ସିବିଆଇ ତଦନ୍ତ କଥା କହିଥିଲୁ । ବିଜେପିର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଏବେ ଏସଆଇଟିର ମୁଖ୍ୟଙ୍କ ନାମରେ ଅଭିଯୋଗ ଆସିଲାଣି ।
ଏସଆଇଟିର ମୁଖ୍ୟ ଜଣେ ସାବାଳକୁ ଦୋଷୀ ବୋଲି ସ୍ୱୀକାର କରିବା ଲାଗି ଲାଞ୍ଚ ଦେବା ଓ ସାବାଳକୁ ନା ବାଳକ କରି ଦଣ୍ଡ କୋହଳ କରିବାର ପ୍ରଲୋଭନ ଦେଖାଇବାର ସଙ୍ଗିନ ଅଭିଯୋଗ ଆସିଛି । ସେହିପରି ରାଜ୍ୟର ପୋଲିସ ଡିଜି ଗତକାଲି ଏସଆଇଟି ହାଇକୋର୍ଟ ମନିଟର୍ଡ ବୋଲି ମିଛ କହି ଖସି ଯିବାକୁ ବସିଛନ୍ତି ତେଣୁ ସମସ୍ତଙ୍କୁ ପକ୍ଷଭୁକ୍ତ କରାଯାଉ । ଯଦି ପୋଲିସ ପ୍ରଶାସନ କିଛି କରି ପାରୁନି ଏସଆଇଟି 10 ଦିନ ଭିତରେ ପ୍ରମାଣ ସାମ୍ନାକୁ ଆଣିଦେଉଛି ତେବେ ଡିଜି ପୋଲିସ ଇସ୍ତଫା ଦିଅନ୍ତୁ । ନୟାଗଡ଼ ପୋଲିସକୁ କିଏ ସୁରକ୍ଷା ଦେଉଥିଲା । ଏ ସବୁ ଘଟଣା ମଧ୍ୟରେ ସିଧାସଳଖ ବିଜୁ ଜନତା ଦଳ ହିଁ ଆସୁଛି । ଏହି ଘଟଣାରେ ଅଙ୍ଗତସ୍କରି ଓ ଛୁଆ ଚୋରି ରାକେଟ ରହିଥିବାରୁ ଘଟଣାକୁ ଚାପି ଦେବାକୁ ବିଭିନ୍ନ ଉଦ୍ୟମ କରାଯାଉଛି ।
ଆସନ୍ତାକାଲି ସକାଳ 9 ଟାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଠୁ ପରିକୁ ନ୍ୟାୟ ଦେବା ଦାବିରେ ଯଦୁପୁର ପର୍ଯ୍ୟନ୍ତ ପଦଯାତ୍ରା କରାଯିବ । ଦିନକୁ 20 କିଲୋମିଟରର ପଦଯାତ୍ରା କରିବୁ ।