Wed. Jan 15th, 2025

ପରମାଣୁ ବୋମା ନୁହେଁ, ଶିକ୍ଷା ଦରକାର

By amfnews Aug 8, 2018 #Featured
272 Views

ରାଉରକେଲା, ୮ା୮: ରଘୁନାଥପାଲୀ ପ୍ରକଳ୍ପ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ହିରୋସିମା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୁଞ୍ଜ ବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଯେ ପ୍ରାୟ ୭ ଦଶନ୍ଧି ତଳେ ହିରୋସୀମା ସହର ଉପରେ ପରମାଣୁ ବୋମା ପଡିଥିଲା । ତା ପ୍ରଭାବରେ ୩୦ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବହୁ କୋଠାବାଡି ଧ୍ୱଂସ ହୋଇଥିଲା । ଏବେ ସେହି ବୋମାର କୁପ୍ରଭାବ ସେଠାରେ ରହିଛି ।

ଏବେ ବି ତେଜସ୍କ୍ରିୟ ବିକିରଣ ହେଉଛି । ଫଳରେ ଏବେ ସେଠାରେ ବିକଳାଙ୍ଗ ଶିଶୁ ଜନ୍ମ ହେଇଛନ୍ତି । ଲୋକଙ୍କ ମଧ୍ୟରେ କର୍କଟ ରୋଗ, ଚର୍ମ ରୋଗ, ଦେଖାଯାଉଛି । ଫଳରେ ପରମାଣୁ ବୋମାର ଭୟାବହତାକୁ ଦୃଷ୍ଟିରେ ରଖି ତାକୁ ସମାଜର ହିତରେ ଲଗାଯାଇପାରିଲେ ତାହା ବିଶ୍ୱର ଶାନ୍ତି ବାର୍ତ୍ତା ପ୍ରସାର ଦିଗରେ ସାହାଯ୍ୟ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ହିରୋସୀମାର ଦଃୁଖଦ କାହାଣୀ ଓ ସେଠାକାର ଶିଶୁ ସଦାକୋ କାହାଣୀ ପିଲାମାନଙ୍କୁ ସହଜ ଓ ସରଳ ଭାଷାରେ ବୁଝାଇଥିଲେ ।

ସେ ଏହି ଅବସରରେ ପରମାଣୁ ବୋମା ଦରକାର ନାହିଁ ବରଂ ତା ସ୍ଥାନରେ ଶିକ୍ଷା, ସ୍ୱାସ୍ୟ୍ଥ, ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆମେରିକା କିପରି ନିଜର ବିଜୟ ଅଭୀପ୍ସାକୁ ସାକାର କରିବା ପାଇଁ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ସହରରେ ଲିଟିଲବୟ ଓ ଅଗଷ୍ଟ ୯ ତାରିଖରେ ନାଗାସାକି ସହର ଉପରେ ଫ୍ୟାଟମ୍ୟାନଙ୍କୁ ପ୍ରୟୋଗ କରିଥିଲା । ଏଥିରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ଲକ୍ଷାଧିକ ଲୋକ ବିକଳାଙ୍ଗ ହୋଇଯାଇଥିଲେ । ଏହାକୁ ଦୃଷ୍ଟରେ ରଖି ପରମାଣୁ ବୋମାକୁ ମାନବ ଧ୍ୱଂସକାରୀ ଭାବେ ବ୍ୟବହାର ନକରି ଜୀବଜଗତର ସ୍ୱାର୍ଥରେ ଲଗାଯାଇପାରିଲେ ତାହା ପ୍ରଗତିରେ ସହାୟକ ହେବ ।

ପ୍ରଧାନ ଶିକ୍ଷୟୀତ୍ରୀ ଅନ୍ନପୂର୍ଣ୍ଣା କର ହିରୋସୀମା ଦିବସ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଆବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ, ଶିକ୍ଷୟିତ୍ରୀ ବାସନ୍ତୀ କୁମାରୀ ସ୍ୱାଇଁ, ଅରୁଣା ନାୟକ, ସବିତା ବସ୍ତିଅ।।, ଲିତାଞ୍ଜଳୀ ସାହୁ, ଅପର୍ଣ୍ଣା ସାମଲ, ସୀମାନ୍ତନୀ ରାଉତ, ବିଣାପାଣୀ ମହାନ୍ତି ପ୍ରମୁଖ ସହେଯାଗ କରିଥିବା ବେଳେ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post