Mon. Mar 9th, 2026

ପବ୍ଲିକ-ପୁଲିସ ସଂପର୍କଙ୍କୁ ଗୁରୁତ୍ୱ ଦିଆଯିବ : ପୁଲିସ ଡିଜି ବିକେ ଶର୍ମା

164 Views

ଭୁବନେଶ୍ୱର : ଜନସାଧାରଣ ଓ ପୁଲିସ ମଧ୍ୟରେ ସଂପର୍କକୁ କିପରି ଅଧିକ ସଦୃଢ଼ କରାଯିବ ସେଥିପାଇଁ ଗୁରୁତ୍ୱ ଦିଆଯିବ ବୋଲି ଆଜି ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିବା ବିଜୟ କୁମାର ଶର୍ମା କହିଛନ୍ତି।

ଆଜି କଟକଠାରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ପୁଲିସ ମହାନିର୍ଦ୍ଦେଶକ ଡ଼ା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ କାର୍ଯ୍ୟ ଭାର ଗ୍ରହଣ କରିବା ଅବସରରେ ବିଜୟ କୁମାର ଶର୍ମା କହିଥିଲେ ପୁଲିସକୁ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବାକୁ ପଡ଼ିବ।ଲୋକାୟୁକ୍ତ ସଦସ୍ୟ ଭାବେ ପୁଲିସ ଡିଜି ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତ ହେବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିଲେ। ଆଜି ତାଙ୍କୁ ସେ ଦାୟିତ୍ୱରୁ ଅବ୍ୟାହତ ଦିଆଯାଇଛି।

୧୯୮୬ ବ୍ୟାଚର୍‌ ଆଇପିଏସ୍‌ ଅଫିସର୍‌ ବିଜୟ କୁମାର ଶର୍ମାଙ୍କୁ ଅଗ୍ନିଶମ କମାଣ୍ଡାଣ୍ଟ ଜେନେରାଲ୍‌ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀର ନିର୍ଦ୍ଦେଶକ ଦାୟିତ୍ୱ ସାଂଗକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଶର୍ମା ମଧ୍ୟ ପୂର୍ବରୁ ଡାକ୍ତର ଶର୍ମା ଛୁଟିରେ ଯାଇଥିଲାବେଳେ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।

ଆଜି ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରି ଶ୍ରୀ ଶର୍ମା କହିଛନ୍ତି ଯେ ପୁଲିସର ପାରଦର୍ଶିତା ବୃଦ୍ଧି ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବ। ନାରୀ ସୁରକ୍ଷା ଏବଂ ଗୋଇନ୍ଦା ସୂଚନା ଉପରେ ଫୋକସ୍‌ ଦିଆଯିବ।

ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ପୁଲିସର ସଂଗଠିତ କାର୍ଯ୍ୟାନୁଷ୍ଠାନ ଫଳରେ ରାଜ୍ୟରେ ମାଓ ଉପଦ୍ରବ ହ୍ରାସ ପାଇଛି। ମାଓ କାର୍ଯ୍ୟକଳାପ ଦମନ ଉପରେ ଅଧିକ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ।

By amfnews

Related Post