Sat. Apr 19th, 2025

ପବିତ୍ର ଜନ୍ମାଷ୍ଟମୀ ତିଥିରେ ସେକ୍ଟର-୧୮ ପୂଜା କମିଟି ପକ୍ଷରୁ ମାଟିପୂଜା ସମ୍ପନ୍ନ

By amfnews Sep 6, 2018 #Featured
154 Views

ରାଉରକେଲା, ୬ା୯ :  ଆସନ୍ତା ଦୁର୍ଗାପୂଜା ପାଇଁ ସେକ୍ଟର-୧୮ ପୂଜା କମିଟି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ତିଥିରେ ମୂର୍ତ୍ତି ନିର୍ମାଣ ପାଇଁ ମାଟିପୂଜା ଓ ଅନୁକୂଳ କାର୍ଯ୍ୟ ବୈଷ୍ଣବ ଘାଟ, ସେକ୍ଟର-୨୦ ଠାରେ ଉକ୍ରଳୀୟ ପରମ୍ପରା ଓ ବୈଦିକ ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି । ପୂଜକ ଲୋକନାଥ ମିଶ୍ର ପୂଜାର୍ଚ୍ଚନା ଓ ହୋମାଦି କାର୍ଯ୍ୟ ସହ ବୈକୁଣ୍ଠ ଘାଟରୁ କର୍ତ୍ତା ପ୍ରଦୀପ୍ତ କୁମାର ଦାଶ ମାଟି ସଂଗ୍ରହ କରିଥିଲେ । ଏହି ମାଟିକୁ ସଂଗ୍ରହ କରାଯାଇ ପୂଜା ମଣ୍ଡପ ପର୍ଯ୍ୟନ୍ତ କମିଟି କର୍ମକର୍ତ୍ତାମାନେ ଆଣିଥିଲେ ।

ଆସନ୍ତା ଶ୍ରୀଗଣେଶ ପୂଜା ଦିନ ଖାଡା ଓ ରସିଦ୍ ବହି ପୂଜା କରାଯାଇ ପାଣ୍ଠି ସଂଗ୍ରହ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ମାଟିପୂଜା ଓ ଅନୁକୂଳ କାର୍ଯ୍ୟରେ ତୁଷାର ସାହୁ, ବଂଶୀଧର ପଢିହାରୀ, ନିହାର ସାମଲ, ରାଜା ଧଳ, ଶଂଖେଜ କୁମାର ଖୁଣ୍ଟିଆ, ପୁରୁଷୋତ୍ତମ ନନ୍ଦ, ସୁବ୍ରତ ନାୟକ, ସୌମ୍ୟ ମଲ୍ଲିକ, ପ୍ରୀତିରଞ୍ଜନ ସ୍ୱାଇଁ, ରୋହିତ ଛତର, ରଜତ ଦାସ, ପ୍ରଦୀପ ସାମଲ, ଆର୍.କେ. ପଣ୍ଡା, ମଙ୍ଗଳ ଭୂମିଜ, ବି.କେ. କିସାନ, ଯଶପାନ ସିଂହ, ସନ୍ତୋଷ ରାଉତ, ରାଜୁ ଶ୍ରୀବାସ୍ତବ ପ୍ରଭୃତି ଉପସ୍ଥିତ ରହି ସହଯୋଗ କରିଥିଲେ ।

By amfnews

Related Post