Sun. Mar 8th, 2026

ପଥର ସନ୍ଧିରୁ ବାହାରୁଛି ଡିଜେଲ୍, ବୋହି ନେଉଛନ୍ତି ଲୋକେ

326 Views

ବାଲିଗୁଡ଼ା : ପଥର ସନ୍ଧିରୁ ବାହାରୁଛି ଡିଜେଲ୍। ବିଶ୍ୱାସ ଲାଗୁ ନ ଥିଲେ ଘଟଣାଟି ବିଲକୁଲ୍ ସତ। ଲୋକେ ପଥରୁ ସନ୍ଧିରୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ।

ସୂଚନା ମୁତାବକ, ଲଦପଙ୍ଗାର ବିଲମାଳ ନିକଟ ଏକ ପଥର ସନ୍ଧିରୁ ଡିଜେଲ ବାହାରୁଥିବା ପ୍ରଥମେ ଦୁବାସା ନାମକ ସ୍ଥାନୀୟ ବ୍ୟକ୍ତି ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଖବର ଚାରିଆଡ଼େ ପ୍ରଚାର ହେବା ପରେ ବହୁ ଦୂରରୁ ଲୋକେ ଏପରି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ସେଠାରେ ପହଞ୍ଚିଛନ୍ତି। ଏପରିକି ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସିଥିବା ଲୋକେ ମଧ୍ୟ ସେ ସ୍ଥାନରେ ଭିଡ଼ ଲଗାଇଛନ୍ତି। ଡିଜେଲ୍ ବାହାରିବା ଯୋଗୁ ଜଣେ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ବାସିନ୍ଦା ଦୁବାସା କହିଛନ୍ତି,“ ମୁଁ ମୋ ସ୍ତ୍ରୀ ସହିତ ପୁରପଙ୍ଗା ଯାଉଥିଲି। ବିଲମାଳ ନିକଟ ଏକ ପଥର ସନ୍ଧିରୁ ଡିଜେଲ ଗନ୍ଧ ବାହାରୁଥିବା ମୁଁ ଦେଖିଥିଲି। ତା’ପରେ ପାଖରେ ଥିବା ପେଟ୍ରୋଲ ପମ୍ପରେ ତେଲ ଲିକ୍‌ ହେଉଛି କି ବୋଲି ପଚାରିଥିଲି। ସେମାନେ ମୋତେ ମନା କରିଥିଲେ। ତା’  ପରେ ମୁଁ  ପଥରସନ୍ଧିରୁ ୨୦ ଲିଟର ଡିଜେଲ କାଢ଼ି ରଖିଛି।

ଦାରିଙ୍ଗିବାଡି ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି,“ ଡିଜେଲ ବାହାରୁ ଥିବା ଖବର ଶୁଣିବା ପରେ ଆମେ ଦେଖିବାକୁ ଆସିଥିଲୁ । ଆମେ କିଛି ଡିଜେଲ ବାହାର କରି ନେଇଛୁ।”

ଦାରିଙ୍ଗବାଡ଼ି  ପେଟ୍ରୋଲ ପମ୍ପ ମାଲିକ ଅରୁପ ସାହୁ, କହିଛନ୍ତି,“ ଆମେ ପେଟ୍ରୋଲ ପମ୍ପଟି ୫୦୦ ମିଟର ଦୂରରେ ରହିଛି। ହେଲେ ଆମ ପେଟ୍ରୋଲ ପମ୍ପ ତେଲ ଲିକେଜ ହେଉନାହିଁ। ଆଉ କ’ଣ କାରଣ ଥାଇପାରେ।”

By amfnews

Related Post