Sun. Nov 24th, 2024

ପଥର ମାଡରେ ଯବାନ ସହିଦ ହେଉଛନ୍ତି କିନ୍ତୁ ଲୋକମାନେ କହୁଛନ୍ତି କି ତାଙ୍କୁ ଆତଙ୍କୀ କୁହା ନଯାଉ: ବିପିନ ରାୱତ

By amfnews Oct 27, 2018 #Featured
104 Views

ଶ୍ରୀନଗର, ଅକ୍ଟୋବର ୨୭ : କାଶ୍ମୀର ଘାଟିରେ ପଥର ମାଡରେ ଜଣେ ଯବାନ ଶହୀଦ ହେବା ପରେ ସେଠାକାର ମାହୋଲ ଗରମ ରହିଛି । ଏହି ସମୟରେ ସେନାଧ୍ୟକ୍ଷ ବିପିନ୍ନ ରାୱତ ଇନଫ୍ୟାଂଟ୍ରି ଦିବସ ଅବସରରେ ଇଣ୍ଡିଆ ଗେଟ୍ ସ୍ଥିତ ଅମର ଯବାନ ଜ୍ୟୋତି ନିକଟରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଂଚିଛନ୍ତି । ଘାଟିରେ ପଥର ଆକ୍ରମଣ ଦ୍ୱାରା ଶହୀଦ ହୋଇଥିବା ଯବାନଙ୍କ ମାମଲାରେ ମୁହଁ ଖୋଲି ସେ ପାକିସ୍ତାନକୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ନିଜ ମନ୍ଦ ବୁଦ୍ଧିରୁ ବାଦ୍ ପଡିବନି କିନ୍ତୁ ପାକିସ୍ତାନ ଭଲରେ ଜାଣିଛି ଯେ, ଏଭଳି କତୃତ୍ୱ ଦ୍ୱାରା ସେ କେବେବି ସଫଳ ହୋଇ ପାରିବ ନାହିଁ । ବିପିନ ପୁଣି କହିଛନ୍ତି କି, ପଥର ଫୋପଡାରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି କିନ୍ତୁ ତଥାପି ଲୋକ କହୁଛନ୍ତି କି ପଥର ଫୋପଡାଳୀଙ୍କୁ ଆତଙ୍କୀ କୁହା ନଯାଉ ।

ସୂଚନାନୁଯାୟୀ, ଏହି ଘଟଣାରେ ମୃତ୍ୟୁବରଣ କରିବା ଯବାନ ରାଜେନ୍ଦ୍ର ସିଂହ ସଡକ ତିଆରି କରୁଥିବା ବର୍ଡର ରୋଡ ଟିମଙ୍କୁ ସୁରକ୍ଷା ଦେଉଥିଲେ । ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ମୁଣ୍ଡରେ ପଥର ବାଜିବା କାରଣରୁ ସେ ଆହାତ ହୋଇଥିଲେ । ଏହାପରେ ତାଙ୍କୁ ପ୍ରାଥମିକ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା । କିନ୍ତୁ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବିପିନ୍ନ କହିଛନ୍ତି କି, ଏହି ମାମଲାରେ ଏଫଆଇଆର ରୁଜୁ କରା ଯାଇଛି । ବର୍ଡର ଟିମ ସେଠାରେ ହତିଆର ନିର୍ମାଣ ପାଇଁ ନୁହେଁ ବରଂ ସଡକ ଏବଂ ପୋଲ ନିର୍ମାଣ ପାଇଁ ନିୟୋଜିତ ଅଛନ୍ତି । ପରିବେଶକୁ ଗରମ ରଖିବାକୁ ପାକିସ୍ତାନ ପାଇଁ ଆତଙ୍କୀମାନେ କେବଳ ଗୋଟିଏ ବିକଳ୍ପ । କାଶ୍ମୀରର ବିକାସ ହେଉ ତାହା ପାକିସ୍ତାନ ଚାହୁଁ ନାହିଁ । କିନ୍ତୁ ରାଜ୍ୟ ଏହାର ଯାବବ ଦେବା ପାଇଁ ପ୍ରସ୍ତୁତ ଅଛି । ପାକିସ୍ତାନକୁ ରୋକିବା ପାଇଁ ସେମାନେ ଅଲଗା ଅଲଗା ଅପରେସନ କରିବେ ।

By amfnews

Related Post