Sat. Mar 7th, 2026

ପତ୍ନୀକୁ ହତ୍ୟାକରି ଶବ ପାଖରେ ବସି ରହିଲା ପତି , ପୁଲିସକୁ ଦେଲା ଚାଞ୍ଚଲ୍ୟକର ବୟାନ

218 Views

ନୂଆଦିଲ୍ଲୀ ,ଅକ୍ଟୋବର, ୨୨: ନୂଆଦିଲ୍ଲୀର କମଲା ମାର୍କେଟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କର ତଣ୍ଟି ଚିପି ହତ୍ୟା କରିଲେ। ତା’ପରେ ସେ ନିଜର ଦୁଇ ବର୍ଷର କୋମଳମତି ଝିଅ ସହିତ ପ୍ରାୟ ୨୪ ଘଣ୍ଟା ଧରି ଶବ ପାଖରେ ବସି ରହିଲେ। ଏହାପରେ ରାତି ୧ଟା ୪୫ ମିନିଟ୍‌ ସମୟରେ କମଲା ମାର୍କେଟ ଥାନାରେ ଆତ୍ମସମର୍ପଣ କରିଲେ।
ହତ୍ୟା ଅଭିଯୁକ୍ତ କାମିଲ (୨୫)ଙ୍କୁ ହତ୍ୟା ଓ ଯୌତୁକଜନିତ ହତ୍ୟା ଅଭିଯୋଗରେ ଗିରଫ କରିଛି ପୁଲିସ। ତାଙ୍କର ଝିଅକୁ ଜେଜେମାଙ୍କ ହେପାଜତରେ ଛାଡି ଦିଆଯାଇଛି।
ପୁଲିସର ତଦନ୍ତ ଅନୁଯାୟୀ ପ୍ରାୟ ତିନିବର୍ଷ ତଳେ କାମିଲ ରେଶମାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇ ବର୍ଷର ଝିଅ ହେଲା ଶବନମ୍‌। କାମିଲ୍‌ ଆମ୍ବେଦକର କଲେଜରେ ପିଅନ ଭାବେ କାମ କରୁଥିଲେ। ସେ ତାଙ୍କ ପତ୍ନୀ ରେଶମାଙ୍କୁ କିଛି ଦିନ ଧରି ସନ୍ଦେହ ଚକ୍ଷୁରେ ଦେଖି ଆସୁଥିଲେ। ରେଶମାଙ୍କର ଅନ୍ୟ ଦୁଇଜଣଙ୍କ ସହିତ ଅବୈଧ ସଂପର୍କ ଥିବାର ସ୍ୱାମୀ ଜାଣିବାକୁ ପାଇଥିଲେ। କାମିଲଙ୍କ ଅନୁପସ୍ଥିତିରେ ଦୁଇ ପରପୁରୁଷ ତାଙ୍କ ଘରକୁ ଯାଇ ରେଶମାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ। ପଡୋଶୀମାନେ ଏକଥା ଜାଣି ପାରିଲେ। ଏକଥା ପ୍ରଘଟ ହେବା ପରେ କାମିଲ ପତ୍ନୀ ରେଶମାଙ୍କୁ ସେମାନଙ୍କ ସହ ଅନୈତିକ ସଂପର୍କ ନ ରଖିବାକୁ ବୁଝାଇଥିଲେ। କିନ୍ତୁ ରେଶମା ସେଥିପ୍ରତି କର୍ଣ୍ଣପାତ କରି ନଥିଲେ।

ଗତ ଅକ୍ଟୋବର ୧୮ ତାରିଖ ପତି-ପତ୍ନୀଙ୍କ ଭିତରେ ଭିଷଣ ଝଗଡ଼ା ହେଲା। ରେଶମା ବାପ ଘରକୁ ଚାଲିଯାଇଥିଲେ। ଫେରିବା ପରେ ପୁଣି ଝଗଡ଼ା ହେଲା ଓ କାମିଲ ରେଶମାଙ୍କ ତଣ୍ଟି ଚିପି ହତ୍ୟା କରିଲେ। ଅପରପକ୍ଷରେ ରେଶମାଙ୍କ ବାପଘର ଲୋକେ କାମିଲଙ୍କ ଉପରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

By amfnews

Related Post