199 Views
କେନ୍ଦ୍ରାପଡ଼ା, ଅଗଷ୍ଟ ୪: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ ଯୋଜନା କେନ୍ଦ୍ରରେ ନିଆଁ ଲାଗିଥିଲା ।
ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତର ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ କରିବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ନିରାମୟ କେନ୍ଦ୍ରରେ ଥିବା ବହୁ ମୂଲ୍ୟର ଔଷଧ, କମ୍ପ୍ୟୁଟର ସହ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।
ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏହାପରେ ହିଁ କାରଣ ଜଣାପଡିବା ନେଇ ସୂଚନା ଦିଆଯାଇଛି ।