Sun. Mar 8th, 2026

ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ

228 Views

ପୁରୀ, ୧୦ା୧୧: ପଟ୍ଟଚିତ୍ର ପ୍ରେମରେ ପଡ଼ିଯାଇଛନ୍ତି ବିଦେଶିନୀ। ପଟ୍ଟଚିତ୍ର ଓ ଚାରୁ କଳା ପାଇଁ ପୁରୀ ଜିଲ୍ଲା ରଘୁରାଜପୁର ଗାଁ ବେଶ୍‌ ପରିଚିତ ଥିବାବେଳେ, ଏବେ ଏହି ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ ପଡ଼ିଯାଇଛନ୍ତି। ଏକାଧିକ ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି।

ହାତରେ ଲେଖନୀ ଧରି ତାଳ ପତ୍ରରେ ଲେଖି ଚିତ୍ର ଆଙ୍କିବା ଦୃଶ୍ୟ ଦେଖିବାକୁ ମିଳିଛି। କିଏ ଲେଖନୀରେ ମୟୂର ଆଙ୍କୁଛି ତ ଆଉ କିଏ ଗଣେଶଙ୍କ ପ୍ରତିମୂର୍ତ୍ତି।ପ୍ରାୟ ଏକମାସ ଧରି ଏକାଧିକ ବିଦେଶିନୀ ଏଠାରେ ପ୍ରଶିକ୍ଷଣ ନେଉଥିବା ବେଳେ ଏଥିପାଇଁ ସ୍ଥାନୀୟ ଶିଳ୍ପୀ ସହଯୋଗର ହାତ ବଢ଼ାଇଛନ୍ତି।

ବିଶେଷକରି ତାଳପତ୍ରକୁ ଖୋଦେଇ କରି ସେଥିରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ସହ ରାମାୟଣ, ମହାଭାରତ ଠାରୁ ଆରମ୍ଭ କରି ବିଭିନ୍ନ କଳାକୃତିକୁ ଜୀବନ୍ୟାସ ଦେଉଛନ୍ତି।

ଖାଲି ପଟ୍ଟଚିତ୍ର ନୁହେଁ ବିଭିନ୍ନ ଚାରୁକଳା ମଧ୍ୟ ବିଦେଶିନୀ ଶିଖୁଛନ୍ତି। ଯେଉଁଥିରେ ରହିଛି ଭଳିକି ଭଳି କଣ୍ଢେଇ ସହ କାଗଜ ତିଆରି ଜୀବଜନ୍ତୁ।

ଅଷ୍ଟ୍ରେଲିଆ ଓ ଇଟାଲୀରୁ ଆସିଥିବା ଏହି ପର୍ଯ୍ୟଟକ ଏଠାରୁ ପ୍ରଶିକ୍ଷଣ ନେବା ପରେ ନିଜ ଦେଶରେ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ ଗାଁରେ ବିଦେଶିନୀଙ୍କୁ ପ୍ରଶିକ୍ଷଣ ଦେଇ ଶିଳ୍ପୀ ବେଶ୍‌ ଖୁସିଥିବା ଜଣାପଡ଼ିଛି।

(ଦ୍ୱିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ)

By amfnews

Related Post