Sun. Mar 8th, 2026

ପକ୍ଷୀ ଦେହରେ ଧକ୍କା ଖାଇ କ୍ଷତିଗ୍ରସ୍ତ ବାୟୁସେନାର ଜାଗୁଆର ଜେଟ୍‌ ଅମ୍ବାଲାରେ କଲା ଜରୁରୀ ଅବତରଣ

179 Views

ଅମ୍ବାଲା: ଗୁରୁବାର ସକାଳେ ପକ୍ଷୀ ଦେହରେ ଧକ୍କା ଖାଇବା ପରେ ଗୋଟିଏ ଇଞ୍ଜିନ୍‌ ଅକାମି ହୋଇଯିବାରୁ ଭାରତୀୟ ବାୟୁସେନାର ଏକ ଜାଗୁଆର ଜେଟ୍‌ରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା।

ପାଇଲଟ୍‌ ବିମାନର ଇନ୍ଧନ ଟ୍ୟାଙ୍କ୍‌ ବାହାର କରିଦେବା ସହ ନିରାପଦରେ ଅମ୍ବାଲା ଏୟାର୍‌ ଫୋର୍ସ ଷ୍ଟେସନ୍‌ ବେସ୍‌ରେ ବିମାନଟିକୁ ଅବତରଣ କରାଇଥିଲେ। ସେ ବିମାନରୁ ନିକ୍ଷେପ କରାଯାଇଥିବା ଛୋଟ ପ୍ରାକ୍ଟିସ୍‌ ବମ୍‌ଗୁଡ଼ିକ ମଧ୍ୟ ଉଦ୍ଧାର କରାଯାଇଛି।

ପାଇଲଟ୍‌ ଜଣକ ତାଲିମ ଅଭିଯାନରେ ଯାଇଥିବା ସମୟରେ ବିମାଟି ପକ୍ଷୀ ସହ ଧକ୍କା ଖାଇଥିଲା। ଉଡ଼ାଣ ପରେ ବିମାନଟି ପକ୍ଷୀ ଦେହରେ ଧକ୍କା ଖାଇବା ପରେ ପାଇଲଟ୍‌ ତୁରନ୍ତ ଅମ୍ବାଲା ଠାରେ ଜରୁରୀକାଳୀନ ଅବତରଣ କରାଇଥିଲେ।
ନିକଟବର୍ତ୍ତୀ ଆବାସିକ ଅଞ୍ଚଳ ଏବଂ ବାୟୁସେନା ଘାଟି ପ୍ରାଚୀର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ବୋଲି ପ୍ରଥମେ ଖବର ମିଳିଥିଲା। ବିମାନରୁ କିଛି ଗୋଟାଏ ଗଳି ପଡ଼ିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତୁରନ୍ତ ସମଗ୍ର ଅଞ୍ଚଳରେ କଳାଧୂଆଁର ବଉଦ ବ୍ୟାପି ଯାଇଥିଲା। ଘଟଣାସ୍ଥଳକୁ ଆମ୍ବୁଲାନ୍‌ସ୍‌, ଦମକଳ ଏବଂ ବାୟୁସେନା ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ବାୟୁସେନା କର୍ମଚାରୀ ଏବଂ ସ୍ଥାନୀୟ ପୁଲିସ ଆବାସିକ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲା ଘଟଣାରେ କେହି ମୃତାହତ ହୋଇଥିବା ଖବର ମଳିନାହିଁ।

By amfnews

Related Post