Fri. Dec 27th, 2024

ନୱାଜ ଶରିଫ ପଳାତକ ଘୋଷିତ, ପ୍ରତ୍ୟାର୍ପଣ ଲାଗି ବ୍ରିଟେନ ସହ ସଂପର୍କ କଲା ପାକିସ୍ତାନ

By amfnews Aug 24, 2020 #Featured
90 Views

ଇସଲାମାବାଦ, ଅଗଷ୍ଟ ୨୪ : ପାକିସ୍ତାନ ସରକାର ଚିକିତ୍ସା ଲାଗି ଲଣ୍ଡନ ଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ପଳାତକ ଘୋଷଣା କରିଛି । ଏଥି ସହିତ ବ୍ରିଟେନ ସରକାରଙ୍କ ସହିତ ପ୍ରତ୍ୟାର୍ପଣ ଦାବି କରିଛି । ଶରିଫ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସିତ ଅଛନ୍ତି ।

ପାକିସ୍ତାନରେ ଆଭ୍ୟନ୍ତରୀଣ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶହଜାଦ ଆକବର କହିଛନ୍ତି, ନୱାଜ ଶରିଫଙ୍କ ଚିକିତ୍ସା ଆଧାର ଉପରେ ୪ ସପ୍ତାହର ଜାମିନ ଗତ ବର୍ଷ ଡିସେମ୍ବରରେ ସମାପ୍ତ ହୋଇଯାଇଥିଲା । କିନ୍ତୁ ଜାମିନ ଅବଧି ଶେଷ ହେବା ପରେ ମଧ୍ୟ ସେ ଫେରି ଆସିନାହିଁ । ଏଥି ପାଇଁ ସରକାର ତାଙ୍କୁ (ଶରିଫ)ଙ୍କୁ ପଳାତକ ଘୋଷଣା କରିଛନ୍ତି । ତାଙ୍କୁ ପ୍ରତ୍ୟାର୍ପଣ କରିବା ଲାଗି ବ୍ରିଟିଶ ସରକାରଙ୍କୁ ଏକ ଅନୁରୋଧ ପତ୍ର ଲେଖିଛନ୍ତି ।

ସୂଚନାଯୋଗ୍ୟ, ନୱାଜ ଶରିଫ ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ଥିଲେ । ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ଏକ ଅଦାଲତରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ । ସେ ଗତ ସପ୍ତାହରେ ଲାହୋରସ୍ଥିତ ଏକ କୋର୍ଟକୁ ସୂଚନା ଦେଇଥିଲେ ଯେ, ଏବେ ସେ ଫେରିବାକୁ ଅସମର୍ଥ ଅଛନ୍ତି । କରୋନା ଭାଇରସ ଯୋଗୁଁ ତାଙ୍କର ଚିକିତ୍ସକ ଏବେ ପାକିସ୍ତାନ ଯିବାକୁ ମନା କରୁଛନ୍ତି । ଶରିଫ ନିଜ ଓକିଲଙ୍କ ଜରିଆରେ ମେଡିକାଲ ରିପୋର୍ଟ ଦାଖଲ କରିଛନ୍ତି ।

By amfnews

Related Post