Sun. Mar 8th, 2026

ନୟାଗଡ଼ରୁ ମହିପୁର ଷ୍ଟେସନ୍‌ ଯାଏ ଗଡ଼ିଲା ରେଳ ଇଞ୍ଜିନ

194 Views

ନୟାଗଡ଼  : ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିଛି ରେଳ ଇଞ୍ଜିନ। ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍‌ ଉପରେ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼ିଛି। ଏହି ଟ୍ରାକ୍‌ରେ ସଫଳତାର ସହ ରେଳ ଇଞ୍ଜିନ ଗଡ଼ିଥିବା ଜଣାପଡ଼ିଛି।  ଏହିସମୟରେ ପୂର୍ବତଟ ରେଳ ପଥର ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ବିଧିବଦ୍ଧ ଭାବେ କେବେଠାରୁ ମହିପୁରକୁ ଟ୍ରେନ୍‌ ଚଳାଚଳ କରିବ, ତାହା ଜଣାପଡ଼ି ନାହିଁ।

By amfnews

Related Post