Sun. Mar 8th, 2026

ନ୍ୟାୟାଳୟରେ ଦ୍ୱାରସ୍ତ ହେଲା ଗାଈ, ଜଜ୍ ଶୁଣାଇଲେ ରାୟ

250 Views

ନୂଆଦିଲ୍ଲୀ: ଆପଣ କେବେ ଶୁଣିବାକୁ ପାଇଛନ୍ତି ଯେ ଗାଈକୁ ନ୍ୟାୟାଳୟରେ ପେଶ୍‌ କରାଯାଇଛି। କିନ୍ତୁ ରାଜସ୍ଥାନରେ ଏଭଳି ଘଟଣା ଘଟିଛି। ରାଜସ୍ଥାନରେଗାଈ ଉପରେ ମାଲିକାନା ବିବାଦ ଥିବା ଯୋଗୁଁ ଉକ୍ତ ଗାଇକୁ କୋର୍ଟରେ ପେଶ୍‌ କରାଯାଇଥିଲା। ଏହି ମାମଲା ଯୋଧପୁରର ସ୍ଥାନୀୟ ଅଦାଲତରେ ଘଟିଛି। ଓମ୍‌ ପ୍ରକାଶ ଓ ଶ୍ୟାମ ସିଂହଙ୍କ ମଧ୍ୟରେ ଏକ ଗାଈର ମାଲିକାନାକୁ ନେଇ ବିବାଦ ଥିଲା।

ଏହି ବିବାଦର ସମାଧାନ ଲାଗି ଆଇନଜୀବୀ ଗାଈକୁ ନ୍ୟାୟାଳୟ ଭିତରକୁ ଆଣିଥିଲେ। ଏହି ମାମଲାର ଶୁଣାଣି କରି ନ୍ୟାୟାଳୟର ବିଚାରପତି ସମସ୍ତ ପ୍ରମାଣକୁ ତନଖି କରିବା ପରେ ରାୟ ଦେଇଥିଲେ ଯେ ଉକ୍ତ ଗାଈର ମାଲିକ ହେଉଛନ୍ତି ଓମ୍‌ ପ୍ରକାଶ।ଏହି ମାମଲା ଦୀର୍ଘ ସମୟ ଧରି ନ୍ୟାୟାଳୟରେ ବିଚାରଧୀନ ଥିଲା।

View image on TwitterView image on TwitterView image on Twitter

ଓମ୍‌ ପ୍ରକାଶ ଜଣେ କନେଷ୍ଟବଲ୍‌ ଓ ପ୍ରତିପକ୍ଷ ଶ୍ୟାମ ସିଂହ ଜଣେ ଶିକ୍ଷକ ।ଗାଈର ମାଲିକାନାକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲାଗି ଥାନା ଅଧିକାରୀ ମଧ୍ୟ ପ୍ରୟାସ କରିଥିଲେ,ମାତ୍ରା ତାହା ସମ୍ଭବ ହୋଇ ପାରି ନଥିଲା। ଏହାପରେ ମାମଲା ନ୍ୟାୟାଳୟକୁ ଯାଇଥିଲା।

By amfnews

Related Post