102 Views
ନୂଆଦିଲ୍ଲୀ, ଅକ୍ଟୋବର ୩୦ : ଆମେରିକା କାଲିଫର୍ଣ୍ଣିୟା ସ୍ଥିତ ୟୋସେମାଇଟ୍ ନ୍ୟାସନାଲ ପାର୍କରେ ପ୍ରସିଦ୍ଧ ଓବରଲୋକରୁ ଖସି ଦୁଇ ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ ଆମେରିକାରେ ରହି କାମ କରୁଥିଲେ । ପାର୍କ ରେଞ୍ଜର୍ସର ୨୯ ବର୍ଷୀୟ ବିଷ୍ଣୁ ବିଶ୍ୱନାଥ ଏବଂ ୩୦ ବର୍ଷୀୟ ମୀନାକ୍ଷୀ ମୂର୍ତିଙ୍କ ମୃତଦେହ ୮୦୦ ଫୁଟ ତଳୁ ଉଦ୍ଧାର କରା ଯାଇଛି । ଏଠାରେ ପର୍ଯ୍ୟଟକ ଗ୍ରେନାଇଟ ଲେଜ୍ ଦେଖନ୍ତି କିନ୍ତୁ ସେଠାରେ କୌଣସି ରେଲିଙ୍ଗ ନାହିଁ ଫଳରେ ଏହି ଦୁର୍ଘଟଣା ହୋଇଥିବାର ଆଶଙ୍କା କରା ଯାଉଛି ।
ପାର୍କର ଅଧିକାରୀଙ୍କ କହିବା ଅନୁଯାୟୀ, ୟୋସେମାଇଟ ନ୍ୟାସନାଲ ପାର୍କ ଏହି ମାମଲାରେ ଯାଂଚ୍ କରୁଛନ୍ତି । ଏଥିରେ ଆଉ କିଛି ସପ୍ତାହ ଲାଗି ପାରେ । ଏହି ଦମ୍ପତି ୨୦୦୬ରେ ଚେଙ୍ଗାନୂର କଲେଜ ଅଫ୍ ଇଞ୍ଜନିୟରିଙ୍ଗରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିିୟରିଙ୍ଗ ପଢୁ ଥିଲେ । ସେମାନଙ୍କର ବୁଲିବାରେ ସୌକ ଥିଲା ତେଣୁ ସେମାନେ ଏକ ୱେବସାଇଟ ହଲିଡେ ଆଣ୍ଡ ହାପିଲି ଏଭର ଆପ୍ଟ ତିଆରି କରିଥିଲେ ଓ ସେଥିରେ ନିଜର ଯାତ୍ରା ବୃତାନ୍ତ ଲେଖୁଥିଲେ ।
ମର୍କରୀ ନ୍ୟୁଜ ଅନୁଯାୟୀ, ମୀନାକ୍ଷୀ ହୈରୀ ପୋଟରର ବଡ ଫ୍ୟାନ ତେଣୁ ସେ ନିଜର କେଶକୁ ଗୋଲାପୀ ରଙ୍ଗରେ ରାଙ୍ଗାୟିତ କରିଥିଲେ । ତେବେ ସେମାନେ କିପରି ସେଠାରୁ ଖସିଲେ ତାହା ବିଷୟରେ କୌଣସି ଖବର ମିଳି ନାହିଁ ।