Sat. Nov 23rd, 2024

ନୋଟବନ୍ଦୀ ଓ ଜିଏସଟି ପାଇଁ ଆଜି ଦେଶର ଅର୍ଥନୀତି ବାଟବଣା ହୋଇଛି : ଡକ୍ଟର ମନମୋହନ ସିଂହ

By amfnews Sep 1, 2019 #Featured
206 Views

ନୂଆଦିଲ୍ଲୀ  :   ଦେଶର ଅର୍ଥନୀତିକୁ ନେଇ ମୋଦୀ ସରକାର ଉପରେ କଂଗ୍ରେସର ବଡ଼ ଆକ୍ରମଣ । ମୋଦୀ ସରକାରକୁ ନିଶାନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ମନମୋହନ କହିଛନ୍ତି ମୋଦୀ ସରକାର ଦେଶରେ ଲାଗୁ କରିଥିବା ନୋଟବନ୍ଦୀ  ଓ ଜିଏସଟି ପାଇଁ ଆଜି ଦେଶର ଅର୍ଥନୀତି ବାଟବଣା ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଦେଶର ଅର୍ଥନୀତିର ମାନ୍ଦାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି । ମନମୋହନଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ଏହାର ଟୁଇଟର ପେଜରେ ଅପଲୋଡ କରିଛି ।

ଭିଡିଓରେ ମନମୋହନ କହିଛନ୍ତି ଦେଶର ଜିଡିପି ୫ ପ୍ରତିଶତକୁ ଖସି ଆସିବା ହିଁ ପ୍ରମାଣ କରୁଛି , ଦେଶର ଅର୍ଥନୀତି ଦୀର୍ଘକାଳୀନ ମାନ୍ଦାବସ୍ଥା ଭିତରେ ଛନ୍ଦି ହୋଇଯାଇଛି । ତେବେ ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢାଇବାକୁ ଦେଶ ନିକଟରେ କ୍ଷମତା ରହିଛି । କିନ୍ତୁ ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କ ଭୁଲ୍ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ଟାଣିନେଇଛି । ଗତ ୩ ମାସରେ ଦେଶର ଅର୍ଥନୀତିର ଜିଡିପି ମାତ୍ର ୫ ପ୍ରତିଶତ ରହିବା ଚିନ୍ତା ଜନକ ବୋଲି କହିଛନ୍ତି ମନମୋହନ ।

Congress

@INCIndia

Embedded video

ମାନୁଫାକ୍ଟରିଂ ସେକ୍ଟର ଗ୍ରୋଥ୍ ଗତ ୩ ମାସରେ ମାତ୍ର ୦.୬ ପ୍ରତିଶତ ରହିଛି , ଯାହାକି ଚିନ୍ତାଜନକ ବିଷୟ । ଦେଶର ରାଜସ୍ୱ କର ଆଦାୟ ବି ସବୁଠାରୁ କମ୍ ରହିଛି  । ନିବେଶକଙ୍କ ମଧ୍ୟରେ ପ୍ରବଳ ଉଦାସୀନତା ଦେଖାଦେଇଛି, ଏହା ଅର୍ଥନୀତିରେ ସୁଧାରର ଭିତ୍ତିଭୂମି ନୁହେଁ । ମନମୋହନ ସିଂହଙ୍କ ଏକ ଭିଡିଓକୁ ଜାତୀୟ କଂଗ୍ରେସ ଏହାର ଟୁଇଟର ପେଜରେ ସ୍ଥାନ ଦେବାପରେ ମୋଦୀ ସରକାରକୁ ଦୁର୍ବଳ ଅର୍ଥନୀତି ପ୍ରସଙ୍ଗରେ ଘେରିବାକୁ ଯୋଜନା କରିଛି ବିରୋଧୀ ଦଳ ।

By amfnews

Related Post