Tue. May 13th, 2025

ନୈଷ୍ଠିକ ବ୍ରାହ୍ମଣ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ଦେବା ମହଙ୍ଗା ପଡ଼ିଲା; ୬୫ ହଜାରର ତଣ୍ଡ ଗଣିଲା ଜେଟ୍‌ ଏୟାରେଓ୍ଵଜ୍‌

By amfnews Sep 13, 2018 #Featured
292 Views

ନୂଆଦିଲ୍ଲୀ: ଜନ୍ମରୁ ନିରାମିଷ ଖାଦ୍ୟ ଭକ୍ଷଣ କରି ଆସୁଥିବା ଜନୈକ ନୈଷ୍ଠିକ ବ୍ରାହ୍ମଣ ବିମାନ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ପରଷିବା ଜେଟ୍‌ ଏୟାରେଓ୍ଵଜ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ୬୫ ହଜାରର ତଣ୍ଡ ଗଣିବା ପାଇଁ ପଡ଼ିଛି ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷଙ୍କୁ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଜକୋଟର ବାସିନ୍ଦା ବାନୁପ୍ରସାଦ ଜୈନ ହେଉଛନ୍ତି ଜଣେ ନୈଷ୍ଠିକ ଜୈନ ବ୍ରାହ୍ମଣ। ସେ ତାଙ୍କ ଜୀବନରେ କେବେ ହେଲେ ଆମିଷ ଖାଦ୍ୟ ଖାଇବାତ ଦୂରର କଥା ସ୍ପର୍ଶ ସୁଦ୍ଧା କରି ନାହାନ୍ତି। ହେଲେ, ଗତ ୨୦୧୬, ଅଗଷ୍ଟ ୨୦ ତାରିଖରେ ବାନୁପ୍ରସାଦ ଜେଟ୍‌ ଏୟାରେଓ୍ଵଜ୍‌ ବିମାନରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଜର ମଧ୍ୟହ୍ନ ଭୋଜନ ପାଇଁ ବିମାନ ପରିଚାରିକାଙ୍କୁ ନିରାମିଷ ଖାଦ୍ୟ ପାଇଁ ବରାଦ ଦେଇଥିଲେ। ହେଲେ, ବିମାନ ପରିଚାରିକା ତାଙ୍କୁ ଆଣି ଧରାଇଥିଲେ ଆମିଷ ଖାଦ୍ୟ ଥିବା ମଧ୍ୟାହ୍ନ ଭୋଜନ ପ୍ୟାକେଟ। ଏକଥା ଜାଣିପାରି ନଥିଲେ ବାନୁପ୍ରସାଦ।

By amfnews

Related Post