Mon. Jun 16th, 2025

ନୂତନ ଶିକ୍ଷାନୀତି ପ୍ରସ୍ତୁତ, ନିର୍ବାଚନ ପରେ ପ୍ରକାଶ ପାଇବ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର

By amfnews Mar 18, 2019 #Featured
196 Views

ଜୟପୁର: ନୂତନ ଜାତୀୟ ଶିକ୍ଷା ନୀତି ଡ୍ରାଫ୍‌ଟ୍‌ କରିବାକୁ ପୂର୍ବତନ ଇସ୍ରୋର ମୁଖ୍ୟ କେ କସ୍ତୁରୀରଙ୍ଗନ୍‌ଙ୍କ ନେତୃତ୍ୱାଧୀନ କମିଟିର ରିପୋର୍ଟ ପ୍ରସ୍ତୁତ, କିନ୍ତୁ ଆଦର୍ଶ ଆଚରଣବିଧି ଲାଗୁ ହୋଇ ଯାଇଥିବାରୁ ତାହା ଏବେ ପ୍ରକାଶ କରି ହେଉନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର୍‌ କହିଛନ୍ତି।

ସେ କହିଛନ୍ତି: ରିପୋର୍ଟ ପ୍ରସ୍ତୁତ, ହିନ୍ଦୀ ଅନୁବାଦ କରାଯାଉଛି। ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଥିବାରୁ ଆମେ ତାହା ପ୍ରକାଶ କରି ପାରିବୁ କି, ନାହିଁ ମୁଁ ଜାଣେନା। ନିର୍ବାଚନ ପରେ ପରେ ତାହା ପ୍ରକାଶ ପାଇବ ବୋଲି ମୁଁ ନିଶ୍ଚିତ… ୨୦୨୦ ରୁ ୨୦୪୦ ଯାଏଁ ଜାତୀୟ ଶିକ୍ଷା ନୀତି ପ୍ରବର୍ତ୍ତନ କରାଯିବ।

ଗତ ବର୍ଷ ଜୁନ୍‌ ମାସରେ ଗଠିତ କସ୍ତୁରୀରଙ୍ଗନ୍‌ ପାନେଲ୍‌ଙ୍କୁ ପାଞ୍ଚ ଥର ଅଧିକ ସମୟ ଦିଆ ଯାଇଥିବାରୁ ରିପୋର୍ଟ ଚୂଡ଼ାନ୍ତ ହୋଇଯିବ। କମିଟିର କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବର ମାସରେ ସମ୍ପ୍ରସାରିତ ହୋଇଥିଲା। ଏ ବର୍ଷ ଏପ୍ରିଲ୍‌ ୬ ତାରିଖ, ଜୁନ୍‌ ୨୦ ତାରିଖ ଓ ଅଗଷ୍ଟ ୨୮ ତାରିଖରେ ମଧ୍ୟ ସମ୍ପ୍ରସାରତ ହେବ।

୨୦୧୪ ନିର୍ବାଚନ ପୂର୍ବରୁ ଶାସକ ବିଜେପି ତା’ର ଇସ୍ତାହାରରେ ଜାତୀୟ ଶିକ୍ଷା ନୀତି ଏକ ମୁଖ୍ୟ ସଂସ୍କାର ବୋଲି ପ୍ରତିଶ୍ରୁତି ଦେଇଥିଲା। ଶିକ୍ଷା ସମ୍ବନ୍ଧୀୟ ଦେଶର ଜାତୀୟ ନୀତି ୧୯୮୬ରେ ଗଠିତ ହୋଇଥିଲା ଓ ୧୯୯୨ରେ ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା।

By amfnews

Related Post